ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ
ଭାରତ ସରକାର ଙ୍କ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ କୁ ସଫଳ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା ଅଧିକାରୀ ଙ୍କ ଏକ ଦଳ ଆଜି ବଡ଼ସାହି ବ୍ଲକ ଛେଳିଆ (କ )ଗ୍ରାମପଞ୍ଚାୟତ ରେ ପହଞ୍ଚି ଏକ ଜନ ସଚେତନତା ସଭାର ଆୟୋଜନ କରିଥିଲେ l ଏଥିରେ ଏକ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ ଲୋକଙ୍କୁ କମ ବୟସ ରୁ ଝିଅ ବିବାହ ଦେଲେ ଭବିଷ୍ୟତ ରେ ଝିଅର କି କି ଅସୁବିଧା ହୁଏ ସେ ବାବଦରେ ଲୋକଙ୍କୁ ସଚେତନ କରିଥିଲେ ତାପରେ ଏକ କେଣ୍ଡେଲ ସଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସରପଞ୍ଚ ମହୋଦୟl ପ୍ରିୟଲତା ସିଂ ସମ୍ପୂର୍ଣ ସହଯୋଗ କରିଥିଲେ l
କାର୍ଯ୍ୟକ୍ରମ ଶେଷରେ ଲୋକଙ୍କପାଇଁ ଜଳଯୋଗ ର ବ୍ୟବସ୍ଥା କରାଯାଇଥିଲା l
ମୟୁରଭଞ୍ଜ ବଡ଼ସାହି ବ୍ଲକ ରୁ
ମଧୁ ସୂଦନ ପଣ୍ଡା, ଭଞ୍ଜଦୂତ ନିୟୁଜ
