ଆମ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଉତ୍ସବ -୨୦୨୫
ସୋର,(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ):ସୋର ବ୍ଲକ ପାଖର ପଞ୍ଚାୟତ ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଉତ୍ସବ ୨୦୨୫ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବକୁ ପାଖର ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ୍ମାଳୟା ମହାପାତ୍ରଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା।ପ୍ରଦର୍ଶନୀରେ ବରିଷ୍ଠ ବିଭାଗର ୧୩ଟି ପ୍ରକଳ୍ପ ଏବଂ କନିଷ୍ଠ ବିଭାଗର ୨୭ଟି ପ୍ରକଳ୍ପ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୁନି କୁନି ବୈଜ୍ଞାନିକଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। ବିଚାରକ, ବିଜ୍ଞାନ ଶିକ୍ଷକ ଉମାକାନ୍ତ ବେହେରା, କମଳା କାନ୍ତ ସ୍ୱାଇଁ ଓ ଖଗେଶ୍ୱର ତ୍ରିପାଠୀ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରି ମୂଲ୍ୟାଙ୍କନ କରିଥିଲେ। ବରିଷ୍ଠ ବିଭାଗର ଦଶମ ଶ୍ରେଣୀର ଛାତ୍ର ନିଖିଲ କୁମାର ଦାସ ପ୍ରଥମ ସ୍ଥାନ ଓ ନବମ ଶ୍ରେଣୀର ଛାତ୍ର ଗଣେଶ ପ୍ରସାଦ ପାତ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗର ସପ୍ତମ ଶ୍ରେଣୀର ଛାତ୍ର ଅନିରୁଦ୍ଧ ବେହେରା ପ୍ରଥମ ସ୍ଥାନ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ପଣ୍ଡା ଦ୍ବିତୀୟ ସ୍ଥାନରେ କୃତିତ୍ବ ଅର୍ଜନ କରିଥିଲେ। ଅପରାହ୍ନରେ ପ୍ରଧାନ ଶିକ୍ଷକ ଶୁକଦେବ ନାୟକଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ପାତ୍ର, ପ୍ରାକ୍ତନ ଛାତ୍ର ସଂସଦର ସଭାପତି ଭୋଳାନାଥ ପଣ୍ଡା , ଛାତ୍ର ସଂସଦର ସମ୍ପାଦକ ଭାଗିରଥି ବିଶ୍ଵାଳ ଓ ୱାର୍ଡ ମେମ୍ବର ଭାଗିରଥି ଗୋଚ୍ଛାୟତ ଅତିଥି ମାନେ ଯୋଗ ଦେଇଥିଲେ। ମଞ୍ଚାସୀନ ଅତିଥି ମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ବିଦ୍ୟାଧର ନାୟକ, ଶଙ୍କର୍ଷଣ ନାୟକ , ଚନ୍ଦ୍ରକାନ୍ତ ମହାପାତ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ସହଯୋଗ କରି ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଜୟ କୁମାର ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାପତି ସଭା ସାଙ୍ଗ କରିଥିଲେ।
