ଅବକାରୀ ଚଢ଼ାଉ, ଦେଶୀମଦ ଜବତ, ଚାରି ଗିରଫ
ସୋର,(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀମଦ ଜବତ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକଙ୍କ ନେତୃତ୍ୱରେ ଏକ ଟିମ ମାଟିଆପଲ୍ଲା ଛକରେ ଚଢ଼ାଉ କରି ଗୁରୁବାରୀ ସିଂ ନିକଟରୁ ୫୫ ଲିଟର, ବିମଳା ନାୟକ ନିକଟରୁ ୫୦ ଲିଟର ଦେଶୀମଦ, ଚିତ୍ତଳ ଗ୍ରାମର ସ୍ମୃତିଶିଖା ମହାରଣା ନିକଟରୁ ୩୫ ଲିଟର ଦେଶୀମଦ ଏବଂ ଜୟନ୍ତୀ ବିଶ୍ୱାଳ ନିକଟରୁ ୨୦ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ। ସନ୍ଧ୍ୟାରେ ସୋର ମେଡ଼ିକାଲରେ ସମସ୍ତଙ୍କର ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ବସନ୍ତ ବାରିକ, କନେଷ୍ଟବଳ ଶଶୀକାନ୍ତ ସାହୁ ଏବଂ ମିନତୀ ପରିଡା ପ୍ରମୁଖ ସାମିଲ ହୋଇଥିଲେ।
