ଜଗବନ୍ଧୁ ହାଇସ୍କଲରେ ବିଜ୍ଞାନମେଳା ଅନୁଷ୍ଠିତ
================
ବଡ଼ସାହି ଏହି ବ୍ଳକ୍ ଅନ୍ତର୍ଗତ ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିଯୋଡ଼ା ପରିସରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ବତୀ ମୁର୍ମୁ ଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦୀପକ ରାମ ଆନୁଷ୍ଠାନିକ ଭାବେ ବିଜ୍ଞାନମେଳାକୁ ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରାରେ ଉଦବୁଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ରୋଜାଲିକା ଗିରି ଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଜ୍ଞାନ ଭିତ୍ତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ୨୦ ଟି ପ୍ରକୋଳ୍ପ ପ୍ରସ୍ତୁତ କରିଥିଲେ । ଶିକ୍ଷକ ପାର୍ଥସାରଥୀ ଜେନା ପୁରସ୍କାର ବିତରଣ ସଭା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ରେଖାରାଣୀ ମହାକୁଡ଼, ତପସ୍ୱିନୀ ସାହୁ, ଅଲିଭାଜ୍ୟୋତି ମହାପାତ୍ର ଓ ଅଫିସ ସହାୟକ ପଦ୍ମାବତୀ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
