ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ
ଡେଲାଙ୍ଗ,-: ଡେଲାଙ୍ଗ ବ୍ଲକର ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ(ଦିବ୍ୟାଙ୍ଗ) ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ନୀଳଶୈଳ ସ୍ୱାଇଁ , ବିଭାଗୀୟ ଅଧିକାରୀ ଆଶିଷ୍ କୁମାର ପାତ୍ର, ବ୍ଲକ ଶିକ୍ଷାଧିକାରୀ ଶତୃଘ୍ନ ବେହେରା,ସମ୍ବଳ ଶିକ୍ଷୟିତ୍ରୀ ବୈଦେହୀ ପାଣି, ତିଳୋତମା ସୁନ୍ଦରାୟ, ସ୍ୱପ୍ନାରାଣୀ ପାଟ୍ଟଜୋଶୀ,ଶୁଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶିବିରର ଲକ୍ଷ ଓ ଆଭିମୂଖ୍ୟ ସମ୍ପର୍କ ଗୁରୁତ୍ୱଆରୋପ କରିଥିଲେ ।ଏହି ଅଭିଯାନରେ ଔଷଧଏବଂ ପୁନର୍ବାଶ ବିଶେଷଜ୍ଞ ଡାକ୍ତର ଶୁଶିଲ କୁମାର ନାୟକ,ଅସ୍ଥିଶଲ୍ୟ ବିଶେଷଜ୍ଞ ଦିପ୍ତିସ୍ ସାହୁ, ଦୁର୍ବଳ ଦୃଷ୍ଟିଶକ୍ତି ବିଭାଗର ବିଶେଷଜ୍ଞ ଡାକ୍ତର ଜ୍ୟୋସ୍ନାରାଣୀ ତ୍ରିପାଠୀ, ଭେସଜ ବିଶେଷଜ୍ଞ ଡାକ୍ତର ସାନ୍ତନୁ କୁମାର ଜେନା, ଶିଶୁ ବିଶେଷଜ୍ଞ ଡାକ୍ତର ଅର୍ଚ୍ଚନା ପଟ୍ଟନାୟକ, ମାନସିକ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସମ୍ବିତ୍ ପାତ୍ର, ଶ୍ରବଣବାଧିତ ବିଭାଗର ବିଶେଷଜ୍ଞ ଡାକ୍ତର ଚନ୍ଦନ ମହାନ୍ତି,ଡାକ୍ତର ଅପର୍ଣ୍ଣା ମହାନ୍ତି, ଡାକ୍ତର କୁମାର ପ୍ରିତମ ପଲାଇ, କର୍ଣ୍ଣ, ନାସିକା ଓ ଗଳା ବିଭାଗର ଡାକ୍ତର ରବିନ୍ଦ୍ର କୁମାର ଘଡେଇ ପ୍ରମୁଖ ବିଭିନ୍ନ ରୋଗୀ ମାନଙ୍କୁ ଚିହ୍ନଟ କରିବା ସହିତ ବାଧକ ହାର ଯାଂଚ କରିଥିଲେ । ଶିବିରରେ ୧୬୭ ଜଣ ଅସ୍ଥିବାଧିତ ,୪୨ଜଣ ଦୃଷ୍ଟି ବାଧିତ,୭୦ ଜଣ ଶ୍ରବଣ ବାଧିତ,ଭେସଜ ୧୬ ଓ ୩୭ ଜଣ ମାନସିକ ଅଗ୍ରସର ରୋଗୀ ଚିହ୍ନଟ ହୋଇଥିଲେ ।
