ରାଜେଶ ହତ୍ୟାକାଣ୍ଡକୁ ୧୨ ଦିନ ବିତିଲା ପରେ ବି,ପୋଲିସ ହାତ ଖାଲି ।
ସ୍ଥାନ ପରଜଙ୍ଗ
ଢେ଼ଙ୍କାନାଳ ପରଜଙ୍ଗ : ହତ୍ୟାକାଣ୍ଡକୁ ୧୨ ଦିନ ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍ ରାଜେଶ ପାଣିଙ୍କ ମୃତ୍ୟୁକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିବା ବେଳେ ଘଟଣା ଦିନକୁ ଦିନ ଜଟିଳ ଆଡ଼କୁ ଯାଉଥିବା ପୋଲିସ କହିଛି। କାମାକ୍ଷାନଗର ଥାନା ଦାୟିତ୍ୱରେ ଥିବା ପରଜଙ୍ଗ ଥାନା ଅଧିକାରୀ ଧୀରେନ କୁମାର ବେହେରା କହିଛନ୍ତି,ତଦନ୍ତ ଚାଲିଛି,ଘଟଣାଟି ଜଟିଳ ଥିବାରୁ ବିଳମ୍ବ ହେଉଛି। କିନ୍ତୁ ଖୁବ୍ଶୀଘ୍ର ଘଟଣାର ରହସ୍ଯ ଉପରୁ ପର୍ଦ୍ଦା ହଟାଯିବ। ହେଲେ ହତ୍ୟାକାରି ନିର୍ଦ୍ଵନ୍ଦରେ ବୁଲୁ ଥିବା ବେଳେ ପୋଲିସ ତଦନ୍ତ ନାଁ ରେ ବାଃ ବାଃ ନେହୁଛି,ଦିନ ପରେ ଦିନ ଗଡି ଚାଲୁଛି। ଯଦି ଓ ତୁରନ୍ତ ଏ ଘଟଣା ଉପରେ ପୋଲିସ ପର୍ଦ୍ଦାଫାର୍ସ ନକରେ ତାହେଲ ଖୁବ୍ ଶୀଘ୍ର ଗ୍ରାମବାସୀମାନେ ରାଜା ରାସ୍ତାକୁ ଓହ୍ଲାଇବା ସହିତଜିଲ୍ଲାପାଳ ଓ ଏସ୍ ପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଶୁଣିବାକୁ ମିଳୁଛି। ସୂଚନା ମୁତାବକ,ପରଜଙ୍ଗ ଥାନା ସାନ୍ଦାଗ୍ରାମର ରାଜେଶ କୁମାର ପାଣି ଗୁରୁବାର ମୁକ୍ତାପଶି ଗାଁରେ ଏକ ନିର୍ବନ୍ଧ ପାଇଁ ଭିଡିଓ ଶୁଟିଙ୍ଗ ଥିବାକହି ଘରୁ ବାହାରିଥିଲେ। ମାତ୍ର ଅପରାହ୍ନରେ ତାଙ୍କ ମୋବାଇଲ ସୁଇଚଅଫ୍ ଦେଖାଇଥିଲା। ପରିବାର ଲୋକେ ସନ୍ଧ୍ୟାରେ ମୁକ୍ତାପଶି ଗାଁରେ ଖୋଜାଖୋଜି କରିଥିଲେ ସୁଦ୍ଧା ସନ୍ଧାନ ପାଇ ନଥିଲେ। ଶୁକ୍ରବାର ମୃତଦେହ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ପୋଖରୀ ହୁଡ଼ାରେ ବାଇକ୍ ଓ ଚପଲ ଥୁଆ ହୋଇଥିବା ବେଳେ ତାଙ୍କ କ୍ୟାମେରା କିନ୍ତୁ ନଥିଲା। କାମାକ୍ଷାନଗର ପୋଲିସ ମୃତଦେହ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
କାମାକ୍ଷାନଗର ରୁ ସତ୍ୟବାଦୀ ସେଠୀ ଙ୍କ ସହ ଢେଙ୍କାନାଳ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ।
