*କୁସମାଲ ଗ୍ରାମ ହୁଣ୍ଡାରଖାଲ ଦେଇ ମହୁଲଝରାନ ନିକଟସ୍ଥ ଜଙ୍ଗଳ ରେ ଆଦିବାସୀଙ୍କ ଧାନ ଚାଷ। ସଡ଼କ ନଥିବା ନେଇ ଧାନ ଚାଷ କରି ପାହାଡ ଉପରୁ ବୋହୁଛନ୍ତି ଧାନ ଭରା, ସଡ଼କ ନିର୍ମାଣ ନେଇ ଗ୍ରାମବାସୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ୍ ବିରିଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସମାଲ ଗ୍ରାମ ହୁଣ୍ଡାରଖାଲ ଦେଇ ମହୁଲଝରାନ ନିକଟସ୍ଥ ଜଙ୍ଗଳ ରେ ଆଦିବାସୀ ମାନେ ଚାଷ କରୁଛନ୍ତି। ସଡ଼କ ନଥିବା ନେଇ ଧାନ ଚାଷ କରି ପାହାଡ ଉପରୁ ବୋହୁଛନ୍ତି ଧାନ ଭରା। ଧାନ ଅମଳ ସହ ଧାନ କୁ ଆଣିବା ପାଇଁ ନାହିଁ ନ ଥିବା ସମସ୍ୟା ସମ୍ମୁଖିନ ହେଉଛନ୍ତି। ପାହାଡ କୁ ସଡ଼କ ନ ଥିବା ନେଇ ଅନେକ ପ୍ରକାର ସମସ୍ୟା ଦେଖା ଯାଇଥାଏ। ଗ୍ରାମବାସୀ ମାନେ ନିକଟସ୍ଥ ପାହାଡ କୁ ସଡ଼କ ନିର୍ମାଣ ଦାବୀ କରିଛନ୍ତି। ପାହାଡ କୁ ସଡ଼କ ନିର୍ମାଣ ହେଲେ ପାଖା ପାଖି ୪/୫ ଖଣ୍ଡ ଗ୍ରାମର ଗ୍ରାମବାସୀ ୫୦ ରୁ ଉର୍ଦ୍ଧ ଚାଷୀ ଉପକୃତ ହେବେ। ଚାଷୀ ମାନେ ତାଙ୍କ ଚାଷ ଜମି ଉପରେ ଘର କରିବା ସ୍ଵପ୍ନ ଅଧୁରା ରହିଯାଇଛି। ତେଣୁ କୁସମାଲ ଗ୍ରାମ ହୁଣ୍ଡାରଖାଲ ଦେଇ ମହୁଲଝରାନ ନିକଟସ୍ଥ ଜଙ୍ଗଳ ରେ ସଡ଼କ ନିର୍ମାଣ ପାଇଁ ଆହ୍ବାନ କରିଛନ୍ତି।
