*ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏନ୍ ସି ସି ଦିବସ ପାଳନ*
ନୂଆପଡା( ମିଖାଏଲ ନନ୍ଦ)
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସମର ଶିଖାର୍ଥୀ ବାହିନୀ ଦିବସ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ରାଜଲଷ୍ମୀ ରଥ ପ୍ରମୁଖ ଉପସ୍ଥିତ ରହି ଜାତୀୟ ସମର ଶିକ୍ଷାର୍ଥୀ ର ଗୁରୁତ୍ୱ ,ଆବଶ୍ୟକତା ଏବଂ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ କ୍ୟାପଟେନ ଡ଼ ଵିଷ୍ଣୁ ଦେବ ସିଂ ମଲ୍ଲିକ ଉକ୍ତ ବାହିନୀର ପ୍ରକୃତ କାର୍ଯ୍ୟ ,ଦାୟିତ୍ଵ ,ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ ।ଦୁଇ ଛାତ୍ରୀ ଯଥା ବନ୍ଦନା ମାଝି ସି କିୟୁ ଏମ ଏସ ଦେବକୀ ବିହାରୀ ସରଜେଣ୍ଟ ଭାବରେ ଗୌରବମୟ ପଦବୀ ହାସଲ କରିଥିବାରୁ ଅଧ୍ୟକ୍ଷ ତଥା ଉପସ୍ଥିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସାଧୁବାଦ ଜଣାଇଥିଲେ । ପରିଶେଷରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସହାୟିକା ଅଧିକାରୀ ନିବେଦିତା ଆଚାରି ଧନ୍ୟବାଦ ଅର୍ପଣ କରିଥିଲେ ।
