ଅନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ବାଲେଶ୍ୱର ପ୍ରତିଯୋଗୀଙ୍କ ସଫଳତା ।
ସୋର, (ନିପ୍ର): ନେପାଳର କାଠମାଣ୍ଡୁ ସ୍ଥିତ ସ୍ମୃତି ହଲ ଠାରେ ଶେଷ ହୋଇଥିବା ୫ ମ ଅନ୍ତର୍ଜାତୀୟ ଟାଏକୋଣ୍ଡା ପ୍ରତିଯୋଗିତାରେ ଓଡିଶା ପ୍ରତିଯୋଗୀ ମାନେ ସଫଳତା ହାସଲ କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ପ୍ରତିଯୋଗୀ ମାନେ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରୁ ଉଭୟ ବିଭାଗରେ ୩ ଜଣ ଲେଖାଏଁ ୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ମୋଟ ୯ ଟି ପଦକ ଜିତି ଗୌରବ ଅର୍ଜନ କରିଛନ୍ତି।ପୋମସେ ବିଭାଗରେ ଦିବ୍ୟାଂଶୀ ବେହେରା ସ୍ୱର୍ଣ୍ଣ ପଦକ, ସୋରର ସମ୍ବିତ ସାହୁ ଏବଂ ନିଗମ ଜ୍ୟୋତି ଦାସ ରୌପ୍ୟ ପଦକ ହାସଲ କରିଥିବା ବେଳେ ସୂର୍ଯ୍ୟକାନ୍ତ ଭୋଇ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି କରୋଗୀ ବିଭାଗରେ ଏଇସା ବେହେରା ସ୍ବର୍ଣ୍ଣ ପଦକ, ସମ୍ବିତ ସାହୁ ନିଗମଜ୍ୟୋତି ଦାସ, ପ୍ରମ୍ୟୁନା ପ୍ରିୟାଞ୍ଜଳି ରୌପ୍ୟ ପଦକ ଏବଂ ଦିବ୍ୟାଂଶୀ ବେହେରା ବ୍ରୋଞ୍ଜ ପଦକ ହାସଲ କରିଥିଲେ।ସୋର ତଥା ବାଲେଶ୍ୱର ଟାଏକୋଣ୍ଡୋ କୋଚ ଅତାଉଲା ଖାନଙ୍କୁ ଅନ୍ତର୍ଜାତୀୟ ବେଷ୍ଟ କୋଚ ଭାବେ ପୁରସ୍କୃତ କରାଯାଇଥିଲା।ଏହି ପ୍ରତିଯୋଗିତାରେ ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ଭାରତ, ପାକିସ୍ତାନ, ଦକ୍ଷିଣ କୋରିଆ ଦେଶର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। କୋଚ ଅତାଉଲ୍ଲା ଖାନଙ୍କ ପ୍ରତକ୍ଷ ତତ୍ୱାବଧାନରେ ଟିମ ଏତାଦୃଶ ସଫଳତା ହାସଲ କରିଥିବାରୁ ସୋର ବିଧାୟକ ମାଧବ ଧଡ଼ା,ଟାଏକୋଣ୍ଡୋ ରାଜ୍ୟ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ସଭାପତି ଅବଦୁଲ ଉଦୁତ ଖାନ ସମସ୍ତ ପ୍ରତିଯୋଗୀ ସମେତ କୋଚ ଅତାଉଲ୍ଲା ଖାନଙ୍କୁ ବଧାଇ ଜଣାଇଛନ୍ତି।
