*ମୁକ୍ତ ବିଚାର ମଞ୍ଚର ମାସିକ ଆଲୋଚନା ଚକ୍ରସ୍ଵଛ ନିର୍ବାଚନ ପାଇଁ (ଏସ ଆଇ ଆର) ଜରୁରୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ଆନୁକୂଲ୍ୟରେ ପ୍ରତି ମାସ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ। ଏହି କ୍ରମରେ ଆଜି ‘ସ୍ଵଛ ନିର୍ବାଚନ ପାଇଁ SIR(ଏସ ଆଇ ଆର) ଜରୁରୀ’ ଶୀର୍ଷକ ଉପରେ କ୍ଷତ୍ରିୟ ପାଟଣା ପ୍ରେକ୍ଷାଳୟରେ ଆଲୋଚନା ହୋଇଥିଲା। ମଞ୍ଚ ପରମ୍ପରା ଅନୁସାରେ ଶ୍ରୀ ସୁଜ୍ଞାନ ସିଂହ ବାରିକ ଓ ସୁଶ୍ରୀ ମଞ୍ଜୁଶ୍ରୀ ପଣ୍ଡା ବିଷୟ ସପକ୍ଷରେ ତଥା ଶ୍ରୀ ସନ୍ଦୀପ ନାଏକ ଓ ସୁଶ୍ରୀ ପ୍ରତିଭା ଦୁବେ ବିଷୟବସ୍ତୁ ବିପକ୍ଷରେ ଯୁକ୍ତି ବାଢିଥିଲେ। ଚାରିଜଣ ଯାକ ବକ୍ତା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଦ୍ୟାର୍ଥୀ। ପୂର୍ବତନ ଆୟକର ଅଯୁକ୍ତ ଶ୍ରୀକାନ୍ତ ଚଟର୍ଜୀ ସଭାପତିତ୍ୱ କରିଥିଲେ।
ଆଲୋଚନା ବୈଠକରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ। ଅଧ୍ୟାପକ ସାମୁଏଲ ଦାନୀ, ପଦ୍ମ ଲୋଚନ ଵର୍ମା, ଜିତେନ୍ଦ୍ର ସୁନା, ଡ. ସୁଶାନ୍ତ ବିଶି, ସର୍ବଶ୍ରୀ ଶଶୀକାନ୍ତ ଖମାରି, କାର୍ତ୍ତିକ ବାଗ, ପଟାୟତ ସାହେବ, ନନ୍ଦ କିଶୋର ପ୍ରଧାନୀ, ସତୀଶ ପଟନାୟକ, କିଶୋର ବାଗ, ଧୀରଜ ତାୟଲ, ବୋଧିସତ୍ୱ ବାଗ, ମହେନ୍ଦ୍ର ଜଗତ, ଛନ୍ଦା ଚରଣ ଦଣ୍ଡସେନା, ଶ୍ରୀମତୀ ସବିତା ଚଟର୍ଜି, ଶ୍ରୀମତୀ ସାଇନା ପରବିନ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ଅଶ୍ୱିନୀ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।
