ପୂଜ୍ୟ ପୂଜା ସମିତି ପକ୍ଷରୁ ଶହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ
ବ୍ରହ୍ମପୁର, ତା.୨୨.୧୧.୨୦୨୫ରିଖ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନେତା ଶହିଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜୟନ୍ତୀ ପାଳନ ହୋଇଯାଇଛି l ସ୍ଥାନୀୟ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ସ୍ମରଣ ସଭା ଆୟୋଜିତ ହୋଇଥିଲା l ସମିତି ସମ୍ପାଦକ ସାଲ୍ଲl କେଶବ ଲିଙ୍ଗମ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲକ୍ଷ୍ମଣ ନାୟକଙ୍କ ସଂଗ୍ରାମମୟ ଜୀବନ ସଂମ୍ପର୍କରେ ଆଲୋଚନା କରାଯାଇ ତାଙ୍କ ପ୍ରତି ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l କୋରlପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଗାଁରେ ୧୮୯୯ମସିହା ନଭେମ୍ବର ୨୨ତାରିଖରେ ତାଙ୍କ ଜନ୍ମ l ଗାନ୍ଧୀଜୀ ଙ୍କ ଡାକରା କ୍ରମେ ସେ “ଭାରତ ଛାଡ଼” ଆନ୍ଦୋଳନରେ ଝାସ ଦେଇଥିଲେ l କେବଳ ଯେ ବ୍ରିଟିଶ ବିରୋଧରେ ସେ ସଂଗ୍ରାମ କରିଛନ୍ତି ତାହାନୁହେ, ସେ ବ୍ରିଟିଶ ସହ ଏ ଦେଶର ଜମିଦାରୀ, ସାହୁକାରୀ, ମୁସ୍ତାଦାରି ବ୍ୟବସ୍ଥା ବିରୁଦ୍ଧରେ ଲଢେଇ କରିଥିଲେ l ଅନ୍ଧ ବିଶ୍ଵାସ ଓ କୁସଂସ୍କାର ବିରୋଧରେ ଗାଁ ଗାଁ ରେ ଲୋକଙ୍କୁ ସଚେତନ କରିଥିଲେ l ମଦ ପିଇବା ଦ୍ଵାରା ନିଜର ଶିକ୍ଷା, ଦୀକ୍ଷା,ସାମାଜିକ ଓ ଆର୍ଥିକ ଜୀବନ କିଭଳି କ୍ଷତି ଗ୍ରସ୍ତ ହୁଏ, ତାହା ଆଦିବାସିଙ୍କ ମଧ୍ୟରେ ଭଲ ମଣିଷଟିଏ ହେବା ପାଇଁ ସବୁବେଳେ ବୁଝାଉଥିଲେ l ତାଙ୍କ ଜୀବନ ସଂଗ୍ରାମ ସବୁବେଳେ ସ୍ମରଣୀୟ ରହିବ ବୋଲି ଆଜିର ସଭାରେ ମତ ପ୍ରକାଶ ପାଇଛି l ଆଜିର ସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ଉପସଭାପତି ସୁରେନ୍ଦ୍ର ନାଥ ପଣ୍ଡା,ସାମାଜିକ କର୍ମୀ କିଶୋର ଚନ୍ଦ୍ର ପାତ୍ର, କୁନି କୁମାରୀ ଦେବୀ, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗୁଣନିଧି ବେହେରା, ଆପ୍ ର ନେତା ଆଦିତ୍ୟ ରଥ, ଅଲ୍ ଇଣ୍ଡିଆ କ୍ଷେତ୍ ମଜଦୂର କିଶlନ ସଭାର ଜିଲ୍ଲା ସଭାପତି ତଥା ଆଇନଜୀବି ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
