*ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ପଲିଥିନ ଯାଞ୍ଚ, ଦୁଇ ବ୍ୟବସାୟୀ ଙ୍କ ଠାରୁ ୫୫୦୦/- ଟଙ୍କା ଜରିମାନା ଆଦାୟ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ପଲିଥିନ ଯାଞ୍ଚ, ଦୁଇ ବ୍ୟବସାୟୀ ଙ୍କ ଠାରୁ ୫୫୦୦/- ଟଙ୍କା ଜରିମାନା ଆଦାୟ ହୋଇଅଛି। ଆଜି ଖଡିଆଳ ସାପ୍ତାହିକ ବଜାର ଥିବା ବେଳେ ବାହାରୁ ବହୁ ବ୍ୟବସାୟୀ ଆସି ନିଜ ପସରା ମେଲାଇ ଧନ୍ଦା କରିଥାନ୍ତି। ଆଜି ଖଡିଆଳ ଏନ୍ ଏ ସି ପକ୍ଷ ରୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ମିକ୍ଚର୍ ବ୍ୟବସାୟୀ ଙ୍କ ସହ ଅନ୍ୟ ଏକ ବ୍ୟବସାୟୀ ଠାରୁ ୫୫୦୦/- ଟଙ୍କା ଆଦାୟ ହୋଇଅଛି। ଏହି ଯାଞ୍ଚ ବେଳେ ଖଡିଆଳ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣାଙ୍କ ସହ କର୍ମଚାରୀ ମାନେ ଯୋଗ ଦେଇଥିଲେ।ନୂଆପଡ଼ା ଜିଲ୍ଲା ଏକକ ବ୍ୟବହାର ପଲିଥିନ ମୁକ୍ତ ଜିଲ୍ଲା ଅଟେ। ସଚେତନ ନାଗରିକ ମାନେ ଏଥି ପ୍ରତି ଯତ୍ନବାନ ହେବାକୁ ଆହ୍ବାନ କରିଛନ୍ତି
