ଜିଲ୍ଲାପାଳ କାର୍ଯ୍ୟାଳୟରେ ଖସୁଛି ରଙ୍ଗ, ଲାଗିଲାଣି ଶିଉଳି!
(ଠିକେଦାରଙ୍କ ଅବ୍ୟବସ୍ଥାରେ ନୂଆ ସରକାର ବଦନାମ)
ଯାଜପୁର(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ସରୋଜ କୁମାର ଧଳ
ନୂଆ ସରକାର ଆସିବା ପରେ ଜିଲ୍ଲା ପ୍ରଶାସନର ସୁନ୍ଦରୀକରଣ ଓ ସଫା-ସୁଫାଇକୁ ନେଇ ଲୋକମାନଙ୍କ ଆଶା ବେଶି ବଢ଼ିଥିଲା। ଏହି ଆଶା ମଧ୍ୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀକରଣ ଓ ରଙ୍ଗାରଙ୍ଗ କାମ ଆରମ୍ଭ ହୋଇଥିଲା। କିନ୍ତୁ କେବଳ ଅଳ୍ପ ଦିନରେ ହିଁ ଏହି ରଙ୍ଗ ଖସିପଡ଼ିବା ଆରମ୍ଭ କରିବାରୁ ସ୍ପଷ୍ଟ ହେଲା–ଠିକେଦାରଙ୍କ ଅବ୍ୟବସ୍ଥା ଓ ନିମ୍ନମାନର କାମରେ ସରକାରଙ୍କ ଛବିକୁ କଳୁଷିତ କରାଯାଉଛି।ଦେଵାଲରେ ଗାଢ଼ି ହୋଇ ଖସୁଥିବା ରଙ୍ଗ ଦୃଶ୍ୟ ଦେଖି ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତାଙ୍କ କହିବା କଥା—ସରକାର ପରିବର୍ତ୍ତନ ହେଲା, କିନ୍ତୁ ଠିକେଦାରଙ୍କ ଅବ୍ୟବସ୍ଥା ଦେଖିବାକୁ ଏବେ ମଧ୍ୟ ପ୍ରଚଳିତ! ଲୋକଙ୍କ ପାଇଁ ସରକାର କାମ କରୁଛନ୍ତି, ଅଧିକାରୀମାନେ ଚେଷ୍ଟା କରୁଛନ୍ତି; କିନ୍ତୁ ଏହିପରି ନିମ୍ନମାନର କାର୍ଯ୍ୟ ସରକାରଙ୍କ ନାମକୁ ବଦନାମ କରୁଛି।ଗୋଟେ ଠିକେଦାରଙ୍କ ଅନୁଚିତ କାମ ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମର୍ଯ୍ୟାଦା ଓ ସରକାରୀ ଛବି ଖରାପ ହେବା ଉପରେ ସାଧାରଲୋକ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଉଛନ୍ତି।ଏପରି ସମୟରେ ଯେଉଁଠି ପ୍ରଶାସନରୁ କଠୋର ପଦକ୍ଷେପ ଆଶା କରାଯାଉଥିଲା, ସେଠି ଉଚ୍ଚସ୍ତରୀୟ ଅଧିକାରୀମାନେ ଗୁଣସ୍ତର ଯାଞ୍ଚ କିମ୍ବା ଠିକେଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ। ଲୋକମାନେ ଦାବି କରୁଛନ୍ତି—ଏହିପରି ଅନୁଶାସନହୀନ ଠିକେଦାରଙ୍କୁ ତୁରନ୍ତ ଚିହ୍ନଟ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ହେଉ।ନୂଆ ସରକାର ଜନଆଶାକୁ ସାର୍ଥକ କରିବା ପାଇଁ ପ୍ରତିବଦ୍ଧ। କିନ୍ତୁ ଏହିପରି ନିମ୍ନମାନର କାମ ଲୋକମାନଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।ଏବେ ନଜର ରହିଲା—ପ୍ରଶାସନ କେବେ ଦୃଢ଼ ଓ କଠୋର ପଦକ୍ଷେପ ନେବେ
