ବସ୍ତାରେ ଜିଲାପାଳ ଓ ଏସପି ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର; ୮୮ ଅଭିଯୋଗ ହୋଇଥିଲା।
ବସ୍ତା:- (ନି ପ୍ର) ସୋମବାର ବସ୍ତା ବ୍ଲକ ସଭାଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲାପାଳ ହେମନ୍ତ କୁମାର ସିଂହ, ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୟ କୁମାର ରାଉତ ପ୍ରମୁଖ ଶୁଣାଣି କରିଥିଲେ। ଏଥିରେ ସର୍ବମୋଟ ୮୮ ଅଭିଯୋଗ ହୋଇଥିଲା ବେଳେ ବିଶେଷ କରି ଭତ୍ତା, ଆବାସ ପ୍ରମୁଖ ରହିଥିଲା। ବସ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିହିର ରଞ୍ଜନ ବେହେରା, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ଏବଂ ବିଭିନ୍ନ ବିଭାଗର ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ଏହି ଜନ ଶୁଣାଣି ଶିବିର ସମ୍ପର୍କରେ ବ୍ୟାପକ ପ୍ରଚାର ହୋଇ ନ ଥିଲା ବିଶେଷ କରି ଅଧିକାଂଶ ପଞ୍ଚାୟତ ପ୍ରତିନିଧି ଅବଗତ ନ ଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ଅଭିଯୋଗ ଅପେକ୍ଷାକୃତ କମ ରହିଥିଲା। ଜିଲା ଅଧିକାରୀ ମାନେ ଅଭିଯୋଗକାରୀଙ୍କୁ ଅପେକ୍ଷା କରି କରି ଶେଷରେ ଚାଲି ଯାଇଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
