*ନୂଆପଡ଼ା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ରେ ଖଡିଆଳ କ୍ରିକେଟ ଏବଂ ସ୍ପୋର୍ଟ ସଂଘ ପକ୍ଷ ରୁ ତୃତୀୟ ଫୁଟବଲ ମହାକୁମ୍ଭ ଶୁଭ ଉଦ୍ଘାଟିତ*
ନୂଆପଡା (ମିଖାଏଲ ନନ୍ଦ)
*ନୂଆପଡ଼ା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ରେ ଖଡିଆଳ କ୍ରିକେଟ ଏବଂ ସ୍ପୋର୍ଟ ସଂଘ ପକ୍ଷ ରୁ ତୃତୀୟ ଫୁଟବଲ ମହାକୁମ୍ଭ ଶୁଭ ଉଦ୍ଘାଟିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଯୁବ କ୍ରୀଡାବିତ ଙ୍କୁ ସୁଯୋଗ ପ୍ରଦାନ ପ୍ରାୟାସ ମାତ୍ର। ସୁଯୋଗ ଦେଲେ ଅଞ୍ଚଳରେ ପ୍ରତିଭା ଅଛନ୍ତି। ରାଜ୍ୟ କୁ ପ୍ରତିନିଧିତ୍ଵ କରିବାର ଦକ୍ଷତା ମଧ୍ୟ ଅଛି ବୋଲି ପ୍ରକାଶ କରିଥିଲେ। ଆଜି ଠାରୁ ଆସନ୍ତା ୪ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଫୁଟବଲ ମାହାକୁମ୍ଭ ରେ ମୋଟ ୬୯ ଗୋଟି ଦଳ ଯୋଗ ଦେବା କାର୍ଯ୍ୟକ୍ରମ ରହିଅଛି। ବୋଡ଼େନ,ସିନାପାଲି ଏବଂ ଖଡିଆଳ ବ୍ଲକ୍ ର ୬୮ ଗୋଟି ପଞ୍ଚାୟତ ରୁ ଗୋଟିଏ ଲେଖାଏଁ ଦଳ ଯୋଗ ଦେବା ସହ ଖଡିଆଳ ଏନ୍ ଏ ସି ର ଗୋଟିଏ ଦଳ ଯୋଗ ଦେବେ। ଆସନ୍ତା ଡ଼ିସେମ୍ବର ୪ ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି, ଆଇନଜୀବୀ, ସମାଜସେବୀ, କ୍ରୀଡାବିତ୍, ସାମ୍ବାଦିକ, ଜନସାଧାରଣ, ଖେଳ ପ୍ରେମୀ ଦର୍ଶକ ମାନେ ଯୋଗ ଦେଇଥିଲେ। ପ୍ରତ୍ୟେକ ଦିଆ ଦୁଇ ଗୋଟି ମେଚ ଅନୁଷ୍ଠିତ ହେବ। ଏହି ସବୁ ଖେଳ ଫ୍ରଡ଼ ଲାଇଟ୍ ରେ ଅନୁଷ୍ଠିତ ହେବ।
