ବିଡ଼ିଓଙ୍କ ସ୍ତ୍ରୀଙ୍କ ନାଁରେ ଆସିଥିବା ଅଭିଯୋଗକୁ ଚାପିଦେଲା କି ପ୍ରଶାସନ?
ମାଥିଲି (ନି.ପ୍ର) : ଅଭିଯୋଗ ପ୍ରକାରେ ଅଙ୍ଗନୱାଡି କର୍ମୀ ରାଧା ମଣି ନାୟକ ଙ୍କୁ ଆଣ୍ଠେଇ କି ଭୁଲ୍ ମାଗିବାକୁ କହିଥିଲେ ସୁପର ଭାଜର୍ ରଜନୀ ବେହେରା ୨୯/୮/୨୦୨୬ର ଘଟଣା ୩୧/୮/୨୦୨୬ରେ କଲେ ଅଭିଯୋଗ
ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ ୨ /୯/୨୦୨୬ ତାରିଖ ରେ ସରିଛି ତଦନ୍ତ ହେଲେ, ଫଳାଫଳ ଶୂନ — ନ୍ୟାୟ ଅପେକ୍ଷାରେ ଅଙ୍ଗନୱାଡି କର୍ମୀ ଅଭିଯୋଗ ଉପରେ ତଦନ୍ତ ହେଲା, ଫଳାଫଳ କୁଆଡ଼େ? ପ୍ରଶାସନର ନୀରବତା କୁ ନେଇ ଉଠିଲା ପ୍ରଶ୍ନ ? ବିଡ଼ିଓଙ୍କ ସ୍ତ୍ରୀଙ୍କ ନାଁରେ ଅଭିଯୋଗ, ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ — କାହା ଚାପରେ ଚୁପ୍ ପ୍ରଶାସନ? ତଦନ୍ତ ହେଲା, ରିପୋର୍ଟ କେଉଁଠି? ନ୍ୟାୟ ଅପେକ୍ଷାରେ ଅଙ୍ଗନୱାଡି କର୍ମୀ ରାଧାମଣି ନାୟକ, ଅଭିଯୋଗ ଗମ୍ଭୀର, ତଦନ୍ତ ହେଲା; ତଥାପି ପଦକ୍ଷେପ ନାହିଁ — ପ୍ରଶାସନର ନୀରବତା ନେଇ ବଢ଼ିଲା ସନ୍ଦେହ ।ନ୍ୟାୟ ଅପେକ୍ଷାରେ ଅଙ୍ଗନୱାଡି କର୍ମୀ ରାଧା ମଣି ନାୟକ ଓ ପରିବାର — ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆଶା ବିଡ଼ିଓଙ୍କ ସ୍ତ୍ରୀଙ୍କ ନାଁରେ ଆସିଥିବା ଅଭିଯୋଗକୁ ନେଇ ତଦନ୍ତ ହୋଇଥିଲେ ମଧ୍ୟ ଏହାର ଫଳାଫଳ ଏଯାବତ୍ ଶୂନ ବୋଲି ଅଭିଯୋଗକାରୀ ପକ୍ଷରୁ କୁହାଯାଇଛି। ତଦନ୍ତ ପରେ ମଧ୍ୟ କୌଣସି ଦୃଶ୍ୟମାନ ପଦକ୍ଷେପ ନ ହେବାରୁ ଅଙ୍ଗନୱାଡି କର୍ମୀ ରାଧାମଣି ନାୟକ ଓ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରେ ନିରପେକ୍ଷ ଭାବେ ତଦନ୍ତ କରାଯାଇ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶାରେ ରହିଛନ୍ତି ରାଧା ମଣି ଓ ତାଙ୍କ ପରିବାର। ତେବେ ତଦନ୍ତର ଫଳାଫଳ କେବେ ପ୍ରକାଶ ପାଇବ ଏବଂ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯିବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ମାଥିଲି ବ୍ଲକ ରୁ ଶ୍ରୀଧର ପାଢ଼ୀ ଭଞ୍ଜ ଦୂତ ଖବର
