*ନୂଆପଡା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ରେ ବାଲ ବୈଜ୍ଞାନିକ ମେଳା ଅନୁଷ୍ଠିତ, ୩୦ ରୁ ଉର୍ଦ୍ଧ ବିଭିନ୍ନ ବିଷୟ ପ୍ରକଳ୍ପ ପ୍ରଦର୍ଶିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ରେ ବାଲ ବୈଜ୍ଞାନିକ ମେଳା ଅନୁଷ୍ଠିତ ହୋଇଯାଇଅଛି। ଏହି ବିଜ୍ଞାନ ମେଳା କୁ ବିଦ୍ୟାଳୟ ଅଧ୍ୟକ୍ଷ ସଂଜୀବ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ। , ୩୦ ରୁ ଉର୍ଦ୍ଧ ବିଭିନ୍ନ ବିଷୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଅଛି। ଷ୍ଟମ ଫର୍ ବିକଶିତ ଆତ୍ମନିର୍ଭର ଭାରତ ବିଷୟ ନେଇ ପ୍ରକଳ୍ପ ପ୍ରଦର୍ଶିତ ହୋଇଅଛି। ସେଥିମଧ୍ୟରୁ ୭ ଗୋଟି ଉପ ବିଷୟ ରହିଅଛି। ସେଗୁଡ଼ିକ ଭଲ ହେଲା କୃଷି ଆତ୍ମ ନିର୍ଭରଶୀଳ, ବର୍ଜ୍ୟବସ୍ତୁ ରୁ ବିକଳ୍ପ ପ୍ଲାଷ୍ଟିକ ସୁପରିଚାଳନା, ସବୁଜ ଶକ୍ତି, ଅଭିନବ ଟେକ୍ନୋଲୋଜି, ସ୍ବାସ୍ଥ୍ୟ ଓ ସ୍ୱଚ୍ଛତା, ଗଣିତ ସଂଖ୍ୟା ର ପୁନଃ ସୃଷ୍ଟି ବିଷୟରେ ଅନେକ ବିକଳ୍ପ ପଦ୍ଧତି ରେ ନିଜ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ମନୋନୀତ ହୋଇ ଆଞ୍ଚଳିକ ସ୍ତରକୁ ଉନ୍ନୀତ ହେବା ସାଙ୍ଗକୁ ରାଜ୍ୟ ରେ ପହଞ୍ଚାଇବା। ବିଜ୍ଞାନ ମେଳା ରେ ନିରୀକ୍ଷଣ କୋମଳ ଲାଲ ଦେବାଙ୍ଗନ, ଶସାଙ୍ଗ କୁମାର, ଘାଣ୍ଟିଆ ଶେଫାଳୀ ବାବୁ ଭାଇ, ମନୋରଞ୍ଜନ ଥାପା, ହରିପ୍ରୀୟା ପ୍ରମୁଖ ଯୋଗ ଦେଇଥିଲେ।
