
ବ୍ରହ୍ମପୁର -ପ୍ରାଚୀନ ସାହିତ୍ୟ ସଂସଦ ବ୍ରହ୍ମପୁର ର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ର, ଶଶିଭୂଷଣ ରଥ ସ୍ଵୟଂଶାସିତ ସରକାରୀ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର ଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଡ଼. ଲକ୍ଷ୍ମୀନାରାୟଣ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ ପ୍ରଥମେ ବିଭୁ ପୂଜନ କରାଯାଇ, ସଭାପତିଙ୍କ ଦ୍ଵାରା ଅତିଥି ପରିଚୟ ଦିଆ ଯାଇଥିଲା ।ବିଶିଷ୍ଟ କବି, ଗାଳ୍ପିକ, ଔପନ୍ୟାସିକ ଡ଼.ସୁରେନ୍ଦ୍ରନାଥ ପାଣିଗ୍ରାହୀ, କବିସମ୍ରାଟ ଙ୍କ ରଚିତ ‘ ଲାବଣ୍ୟବତୀ ‘ କାବ୍ୟର ସାମଗ୍ରିକ ଆଲୋଚନା ରଖି ଥିଲେ । ସଂସଦର ସମ୍ପାଦକ ବଂଶୀଧର ସେଠୀ, ଲାବଣ୍ୟବତୀ କାବ୍ୟରେ ଥିବା ବସନ୍ତରୁତୁ ବର୍ଣ୍ଣନାର ଦୁଇପଦ ବ୍ୟାଖ୍ୟା କରିଥିଲେ । ତା’ପରେ ବିଶିଷ୍ଟ କବି ଶ୍ରୀମତୀ ଗାୟତ୍ରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅଣତିରିଣି ଗୋଟି ସ୍ବରଚିତ କବିତାମାନ ପାଠ କରାଯାଇଥିଲା । କବିତାଗୁଡ଼ିକ ବିଶିଷ୍ଟ କବି ଶ୍ରୀ ନୀଳକଣ୍ଠ ସାହୁ ସମୀକ୍ଷା କରିଥିଲେ । ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ମୁଖ୍ୟ, ଅଧ୍ୟାପକ ଶାନ୍ତନୁ ସୁନା, ସଭାପତି ଡ. ଲକ୍ଷ୍ମୀନାରାୟଣ ଦାଶ, କବି ନୀଳକଣ୍ଠ ସାହୁ ଓ ସଂପାଦକ ଶ୍ରୀ ବଂଶୀଧର ସେଠୀ ପ୍ରଭୃତି,ଆସରରେ ଉପସ୍ଥିତ ଛାତ୍ରୀମାନଙ୍କ ମଧ୍ୟରେ କବିତାଲେଖା ମନୋବୃତ୍ତି ସୃଷ୍ଟି ହେବା ନିମନ୍ତେ ମୂଲ୍ୟବାନ ଉପଦେଶ ଦେଇଥିଲେ ।
ଆସରରେ ୬୪ ଜଣ ଛାତ୍ରୀଙ୍କ ସହିତ ଅନ୍ୟକବି ଯଥା :- ଗବେଷକ ଶ୍ରୀବେଙ୍କଟ ବିହାରୀ ପ୍ରହରାଜ, ଡ଼.ପ୍ରଫୁଲ୍ଲ କୁମାର ମହାନ୍ତି ( ହାରିତସ) ,ଡ଼.ସନ୍ତୋଷ କୁମାର ଦାଶ, ବରିଷ୍ଠ କବି ଓ ଗାଳ୍ପିକା ଶ୍ରୀମତୀ ଅମିତା ମିଶ୍ର ( ଦାଶ) ,ଡ଼ା. ସୁଶାନ୍ତ କୁମାର ସାସମଲ, ବରିଷ୍ଟ କବି ଶ୍ରୀ ବି. ସତ୍ୟମ୍ ଆଚାରୀ, ଅଧ୍ୟାପକ କୁରେଶ ମହାରଣା, ଶ୍ରୀମତୀ ଜନତା କୁମାରୀ ସାହୁ, ନିଳାଦ୍ରୀ କୁମାରୀ ଦାଶ, ନାଟ୍ୟ ଅଭିନେତା ଓ କବି ଶ୍ରୀ ଗିରିଜା ଶଂକର ଦାଶ,କବି ମନମୋହନ ରଥ, ଶ୍ରୀ ଶଶିକାନ୍ତ ମିଶ୍ର,ଆଦିତ୍ୟ ନାରାୟଣ ମିଶ୍ର, ଶ୍ରୀମତୀ ବସନ୍ତ ମିଶ୍ର, ଶ୍ରୀମତୀ ସରୋଜିନୀ ମିଶ୍ର, ଆଡଭୋକେଟ ଟି.କାଳୀପ୍ରସାଦ ରାଓ ଓ ମନୋଜ ପାଣିଗ୍ରାହୀ, ବରିଷ୍ଟ କବି ଶ୍ରୀ ପ୍ରମୋଦ କୁମାର ପଣ୍ଡା ଓ ଶ୍ରୀ ବୃନ୍ଦାବନ ପଣ୍ଡା ପ୍ରଭୃତି ଆସରରେ ଭାଗ ନେଇଥିଲେ ।
ସର୍ବ ଶେଷରେ ସଂସଦର ସମ୍ପାଦକ ଶ୍ରୀ ବଂଶୀଧର ସେଠୀ ଧନ୍ୟବାଦ ଦେଲାପରେ, ସଭାପତି ସଭା ସାଙ୍ଗ କରିଥିଲେ।