ବରଗଡ଼ ମହିଳା ସମିତି ପକ୍ଷରୁ ରିଲିଫ ବଣ୍ଟନ
ବରଗଡ଼: ୩୦/୦୭ (ନି ପ୍ର ) ଜୀରା ନଦୀ ବନ୍ୟାଜଳ ଦ୍ୱାରା ପ୍ରଭାବିତ ବରଗଡ଼ ସହର ୱାର୍ଡ ନମ୍ବର ୧ ନଦୀ କୂଳିଆ ବସ୍ତି ବାସିନ୍ଦାଙ୍କୁ ଆଜି ବରଗଡ଼ ମହିଳା ସମିତି ପକ୍ଷରୁ ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼, ବିସ୍କୁଟ ଓ କଦଳୀ ବଣ୍ଟନ କରାଯାଇଥିଲା। ନଦୀର ବନ୍ୟାଜଳ ଘର ମାନଙ୍କୁ ପ୍ରବେଶ କରି ଦୁଃସ୍ଥିତିରେ ଥିବା ୧୦ ନମ୍ବର ଗଳି ବାସିନ୍ଦା ୧୦୦ ଜଣଙ୍କୁ ଏହି ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା। ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧବୃଦ୍ଧାଙ୍କୁ ବିଶେଷ ପ୍ରାଥମିକତା ଦିଆଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ପରିବାର ଙ୍କ ପାଇଁ ତାରପୋଲିନ ଆବଶ୍ୟକତା ଥିବା ଯୋଗୁଁ ଏ ଦିଗରେ ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇ ଦେବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ସମିତିର ସଭାନେତ୍ରୀ ମନ୍ଦାକିନୀ ପତି ଓ ସମ୍ପାଦିକା ରିନୁ ପତିଙ୍କ ନେତୃତ୍ୱରେ ସଦସ୍ୟଗଣ ମମତା ମିଶ୍ର, ସୁଧାଂଶୁ ବାଲା ଦାଶ, କନକ ପ୍ରଧାନ, ସଙ୍ଗୀତା ଗୁପ୍ତା, ସୁଜାତା ପଣ୍ଡା, ସଂଘମିତ୍ରା ପଟେଲ, ସଲୋନି ଦାଶ, ଦୀବ୍ୟକାନ୍ତି ଭୋଇ, ବିନୋଦିନୀ ପ୍ରଧାନ ପ୍ରମୁଖ ଘରକୁ ଘର ଯାଇ ରିଲିଫ୍ ବଣ୍ଟନ କରିଥିଲେ।
