ଚଣ୍ଡିଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ବଡ଼ଚଣା (ଅମିତ କୁମାର ମହାନ୍ତି)
ଗଣତାନ୍ତ୍ରିକ ରାଷ୍ଟ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ବ ରକ୍ଷା ପାଇଁ ପ୍ରତିବଦ୍ଧତାର ପରିଚୟ ଦେଇ ଆସିଛି।ଆଜି ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ ହେଉଅଛି।ଚଣ୍ଡିଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଚଣ୍ଡିଖୋଲ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି।ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ସାମ୍ବାଦିକ ପ୍ରମୋଦ କୁମାର ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସ୍ଵାଗତ କରିଥିଲେ।ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁ ଓ ପ୍ରଦିପ୍ତ ପୃଷ୍ଟି ଜାତୀୟ ପ୍ରେସ ଦିବସ ପାଳନ ସମ୍ପର୍କିତ ସୂଚନା ପ୍ରଦାନ କରିବା ସହ ସାମ୍ବାଦିକମାନଙ୍କ ମଧ୍ଯରେ ଏକତା ଭାବ ରଖିବା ଉପରେ ଆଲୋକପାତ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ଯରେ ସାମ୍ବାଦିକ ତାପସ ମିଶ୍ର, ପ୍ରଦ୍ୟୁମ୍ନ ଓଝା,ମନୋଜ କୁମାର ପଣ୍ଡା,ବିଷ୍ଣୁ ମୋହନ ସାହୁ,ଉତ୍କଳ ପ୍ରସନ୍ନ ପ୍ରଧାନ,ଅମିତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବିମଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
