ଇତିହାସ ବିଭାଗରେ ଆଲୋଚନା ଚକ୍ର ଅନୁଷ୍ଠିତ।
ସୋର:: ଆଜି ସୋର ବ୍ଲକ ଅନ୍ତର୍ଗତ ସାରସ୍ବତ ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଆଲୋଚନାଚକ୍ରର ବିଷୟ ବସ୍ତୁ “ଓଡ଼ିଶାର ସମାଜ ଓ ସଂସ୍କୃତି ଉପରେ ଗୁପ୍ତ ସାମ୍ରାଜ୍ଯର ପ୍ରଭାବ”, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଡମ୍ବରୁଧର ଭୋଳ ସଭାପତିତ୍ବ କରିଥିଲେ। ସ୍ମୃତିରେଖା ରାଉତ, ପ୍ରିୟଙ୍କା,ସସ୍ମିତା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ଇତିହାସ ବିଭାଗର ମୁଖ୍ଯ ଅଧ୍ୟାପିକା ତନ୍ମୟୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ,ଅଧ୍ୟାପକ ବସନ୍ତ କୁମାର ଶିଅଳ ଭାରତ ଏବଂ ଓଡ଼ିଶା ଉପରେ ଗୁପ୍ତ ସାମ୍ରାଜ୍ଯର ସାମାଜିକ ପ୍ରଭାବ ସଂପର୍କରେ ତଥ୍ଯ ପ୍ରଦାନ କରିଥିଲେ।ନମିତା,ସ୍ମୃତି,ସସ୍ମିତା,ଯାଜ୍ଞସେନୀ ସନ୍ଦର୍ଭ ପାଠ କରିଥିଲେ।ବିଷୟ ବିଷାରଦ ପ୍ରାଧ୍ୟାପକ ବିକ୍ରମ କେଶରୀ ମହାପାତ୍ର ଓଡିଶାରେ ଗୁପ୍ତ ସାମ୍ରାଜ୍ଯର ଭୌଗୋଳିକ ସ୍ଥିତି ସହ ସୋରରେ ପ୍ରାପ୍ତ ହୋଇଥିବା ତାମ୍ର ଶାସନରେ ଗୁପ୍ତ ଧର୍ମ ସଂପର୍କ ଏବଂ ତତ୍କାଳୀନ ଓଡ଼ିଶାର ନୌବାଣିଜ୍ୟ ଓ ବର୍ଣ୍ଣ ବ୍ଯବସ୍ଥା ସଂପର୍କର ଶିକ୍ଷଣୀୟ ସନ୍ଦର୍ଭ ଉପସ୍ଥାପନା କରିଥିଲେ ।ଅଧ୍ୟାପକ ଧିରେନ କୁମାର ପାତ୍ର ଓଡିଶାରେ ଗୁପ୍ତ ସାମ୍ରାଜ୍ଯର କଳା ଓ ସ୍ଥାପତ୍ଯ ଉପରେ ତଥ୍ଯ ପ୍ରଦାନ କରିଥିଲେ। ସସ୍ମିତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ନମିତା ଧନ୍ୟବାଦ ଜ୍ଞାପନ କରିଥିଲେ।
