*ନୂଆପଡା ଉପ ନିର୍ବାଚନ ନେଇ ପୋଲିଙ୍ଗ ଅଧିକାରୀ ନିର୍ବାଚନ ସାମଗ୍ରୀ ନେଇ ନିଜ ନିଜ ବୁଥ ଗସ୍ତ କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ପୋଲିଙ୍ଗ ଅଧିକାରୀ ମାନେ ନିର୍ବାଚନ ସାମଗ୍ରୀ ନେଇ ନିଜ ନିଜ ବୁଥ ଗସ୍ତ କରିଛନ୍ତି। ଆଜି ନେସନାଲ କଲେଜ ପରିସର ମଧ୍ୟରେ ଥିବ ମତଦାନ ସାମଗ୍ରୀ ପ୍ରଦାନ କେନ୍ଦ୍ର ଉପରେ ଜିଲ୍ଲାପାଳ ଏବଂ ଏସପି ଙ୍କ ତତ୍ତ୍ଵାବଧାନରେ ପୋଲିଙ୍ଗ ଦଳ ନିଜ ବୁଥ ଗସ୍ତ କରିଛନ୍ତି। ୭୧ ତମ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ଉପ ନିର୍ବାଚନ ନେଇ ୩୫୮ ଗୋଟି ବୁଥ ରହିଥିବା ବେଳେ ୪୭ ଗୋଟି ସମ୍ବେଦନଶୀଳ ବୁଥ ରହିଅଛି। ସମସ୍ତ ବୁଥ କୁ ପୋଲିଙ୍ଗ ଅଧିକାରୀ ମାନେ ସ୍ବତ୍ତନ୍ତ୍ର ଯାନ ବାହାନ ଗସ୍ତ କରିଛନ୍ତି। ଅନେକ ଦଳ ରିଜର୍ଭ ମଧ୍ୟ ରହିଅଛି। ଏହି ନିର୍ବାଚନ ରେ ସାଧାରଣ ବୁଥ ରହିଥିବା ବେଳେ ସକ୍ଷୀ ବୁଥ ମଧ୍ୟ ରହିଅଛି। ସଖୀ ବୁଥ ରେ ସମସ୍ତ ପୋଲିଙ୍ଗ ଅଧିକାରୀ ମାନେ ମହିଳା କର୍ମୀ ଉପ ନିର୍ବାଚନ ରେ ନିୟୋଜିତ ହୋଇଛନ୍ତି।
