ବ୍ରହ୍ମପୁର : ସ୍ଥାନୀୟ ଗୋଇଲୁଣ୍ଡି ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମପୁର ସାହିତ୍ୟ ପରିଷଦର ‘ ସାହିତ୍ୟ ଆଲୋଚନା ସଭା ଓ କବିତା ପାଠ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାହିତ୍ୟିକ ପ୍ରଶାନ୍ତ କୁମାର ଆଚାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ହିଁ ଜୀବନ କୁ ବାଟ କଡେଇଥାଏ ବୋଲି ବକ୍ତବ୍ୟ ରଖିଥିଲେ l ସମ୍ମlନୀତ ଅତିଥି ଭାବେ ଯୁବ ସାହିତ୍ୟିକ ତଥା ଡାକ୍ତର ଅଭିଷେକ ସାହୁ ଯୋଗଦେଇ ବ୍ରହ୍ମପୁର ସାହିତ୍ୟ ପରିଷଦ ବହୁ ଯୁବ ପ୍ରତିଭାଙ୍କୁ ସୃଷ୍ଟି କରିପାରିଛି ବୋଲି କହିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ଼ ବିଜୟ ଚନ୍ଦ୍ର ମହାରଣା ବ୍ରହ୍ମପୁର ସାହିତ୍ୟ ପରିଷଦ ଏକ ଶୃଙ୍ଖଳିତ ସାହିତ୍ୟ ଅନୁଷ୍ଠାନ ବୋଲି କହିଥିଲେ l ବିଶିଷ୍ଟ କବି ସୁଶାନ୍ତ ଦାଶ ଏହି ସାରସ୍ୱତ କାର୍ଯ୍ୟକ୍ରମ କୁ ସଂଚଳନା କରିଥିବା ବେଳେ କବି ସ୍ଥିତିପ୍ରଜ୍ଞା ହୋତା କବିତା ସଂଯୋଜନା ଆରିଥିଲେ l ଅନୁଷ୍ଠିତ ଏହି କବିତା ପାଠ ଉତ୍ସବରେ କବି ଶ୍ରୀମତୀ ବସନ୍ତ ମିଶ୍ର, ମିହିର ରଥ ଶର୍ମା, ମଧୁସ୍ମିତା ସାହୁ, ଗଙ୍ଗାଧର ମହାକୁଡ଼, ମନମୋହନ ରଥ, ତପନ ପଟନାୟକ, ସ୍ଵର୍ଣମୟୀ ପଢି,ସନ୍ତୋଷ ଦାଶ, ଭିକାରି ଚରଣ, ଟି କାଲି ପ୍ରସାଦ ରାଓ, ଲିପ୍ସା ମହାରଣା, କିଶୋରୀ ମହାରଣାଙ୍କ ସହ ବହୁ କବି ନିଜ ରଚିତ କବିତା ପାଠ କରିଥିଲେ l ଦିପ୍ତୀମିତା ମହାପାତ୍ର ପରିଚାଳନା କରିଥିବା ବେଳେ କବି ପ୍ରଫୁଲ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l
