ସୁବର୍ଣ୍ଣ ଭରତ ବୃଦ୍ଧାଶ୍ରମ ର ବିକାଶ ନେଇ ଆଲୋଚନା।
ବ୍ରହ୍ମପୁର
ତାରାତାରିଣି ରୋଡ଼ ସ୍ଥିତ କେରାଣ୍ଡିତୋଲା ନାରାୟଣ ପୁର ଗ୍ରାମ ରେ ନବନିର୍ମିତ ସୁବର୍ଣ୍ଣ ଭରତ ବୃଦ୍ଧାଶ୍ରମ ର ବିକାଶ ନେଇ ଆଜି ଏକ ବୈଠକ ବୃଦ୍ଧାଶ୍ରମ ପରିସରରେ ସଭାପତି ଶ୍ରୀ ବୀରକିଶୋର ପ୍ରଧାନ ନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ୪୦ ଶଯ୍ୟା ବିଶିଷ୍ଟ ଆଶ୍ରମ ସଭାପତି ଶ୍ରୀ ପ୍ରଧାନ ଙ୍କ ବ୍ୟକ୍ତିଗତ ଉଦ୍ୟମ ରେ ପ୍ରତିଷ୍ଠା ହେବା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରା ଯାଇଥିବାରୁ ବିଶିଷ୍ଟ ସମାଜ ସେବୀ ତଥା ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଉଚ୍ଚ ପ୍ରସଂସା କରିବାସହ ବରିଷ୍ଟ ନାଗରିକ ମାନେ ଏହାର ସୁଯୋଗ ନେଇପାରିବେ।ମହାନ୍ ସଂଘ ପକ୍ଷ ରୁ ଯଥା ସମ୍ଭବ ସହୋଜଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଶ୍ରୀ ଅନାମ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଏନ୍ ସଦାଶିବ ଓ ଉପଦେଷ୍ଟା ଶ୍ରୀ କୋରା ମହାରଣା ଙ୍କ ସମେତ୍ କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ।
