*ନୂଆପଡା ନିର୍ବାଚନ ପ୍ରଚାରରେ ଅନ୍ତିମ ଦିନ, ବର୍ତ୍ତମାନ କଂଗ୍ରେସ୍ ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ, ଦଳୀୟ କର୍ମୀ ଏବଂ ନେତା ଙ୍କ ମଧ୍ୟରେ ଅଙ୍କ କଷା, ଦଳୀୟ ପ୍ରାର୍ଥୀ ବିଜୟୀ ସୁନିଶ୍ଚିତ ବୋଲି ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ପ୍ରକାଶ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଉପ ନିର୍ବାଚନ ର ପ୍ରଚାର ଆଜି ଶେଷ ହୋଇଅଛି। ନିର୍ବାଚନ ପ୍ରଚାର ଶେଷ ଦିନ ରେ ଦଳୀୟ କର୍ମୀ ଘାସିରାମ ମାଝୀ ଗ୍ରାମାଞ୍ଚଳ ରେ ପ୍ରଚାର କରୁଥିବା ବେଳେ ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ସମ୍ମିଳନୀ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ଅର୍ଦ୍ଧେନ୍ଦୁ ଦାସ, ନୂଆପଡା ଜିଲ୍ଲା ମିଡ଼ିଆ ସେଲ ରୁ ସୁଧୀର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଦଳୀୟ କର୍ମୀ ଏବଂ ନେତା ଙ୍କ ମଧ୍ୟରେ ଅଙ୍କ କଷା, ଦଳୀୟ ପ୍ରାର୍ଥୀ ବିଜୟୀ ସୁନିଶ୍ଚିତ ବୋଲି ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
