ହଳଦୀଢିଅ ପଞ୍ଚାୟତ ରେ ଏକ ଘୁଆଳ ସମ୍ପୂର୍ଣ ଜଳିଯାଇଛି
ବିଞ୍ଝାରପୁର :(ଭଞ୍ଜଦୂତ:ନିପ୍ର/ରିପୋର୍ଟର :-ଉତ୍ତମ କୁମାର ଦାସ
ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦିଢିଆ ପଞ୍ଚାୟତ ଓ ହଳଦୀଢିଅ ଗ୍ରାମ ରେ ଏକ ଅଭାବନିୟ ଘଟଣା ଦେଖି ବାକୁ ମିଳିଛି | ଭଗବାନ ବେହେରା ନାମକ ବେକ୍ତି ତାଙ୍କ ଘରକୁ ଲାଗି ଏକ ଘୁଆଳ ଥିଲା ଭଗବାନ ବେହେରା ଙ୍କ କହିବା କଥା ହେଲା ସେ ସବୁଦିନ ଭଳି ଆଜି ବି ସେ ଘୁଆଳେ ଗୋରୁଙ୍କୁ ମଶା ଡାଁଆସ ଲାଗୁଥିବା ହେତୁ ଧୂଆଁ ଦେଈଥିଲେ କିନ୍ତୁ ଅଚାନକ କିଭଳି ଲାଗିଗଲା ସେ ମଧ୍ୟ୍ୟ ଜାଣି ପାରି ନାହଁନ୍ତି | ତାଙ୍କର କହିବା କଥା | ଜଳିଯିବା ଦ୍ୱାରା ଗୋରୁ ଜଳିଯିବା ସହିତ ଜଣେ ବୟସ୍କ ଲୋକର ଗୋଡ଼ ମଧ୍ୟ୍ୟ ଜଳି ଯାଇଛି | ଭଗବାନ ବେହେରାଙ୍କ ପରିବାର ଲୋକଙ୍କ କହିବା କଥା ଆମେ ଘର ଭିତରେ ଅଛୁ ନିଆଁ ବାସନା ଆସିଲା ଓ ଗ୍ରାମ ବାସି ଆସି ଡାକ ପକାଇଲେ | ଏବଂ ଅଗ୍ନିଶମ ବାହିନୀ କୁ ଫୋନ ମଧ୍ୟ୍ୟ କରିଥିଲେ ସଙ୍ଗେ ସଙ୍ଗେ ଆସି ପହଁଚି ଥିଲେ ଗ୍ରାମ ବାସି ଓ ଅଗ୍ନିଶମ ବାହିନୀ ମିଶି ସର୍ଚ୍ଚ ଅପରେସନ ଜାରୀ ରଖିଥିଲେ ଏବଂ ନିଆଁ କୁ ଆୟତ କରି ଥିଲେ |
