ନିଶୁଳ୍କ ମଣ୍ଡଳ ସ୍ତରୀୟ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ।
(ଭଦ୍ରକ)ପ୍ରତ୍ୟେକ ବ୍ୟକ୍ତି ପାଇଁ ସ୍ବାସ୍ଥ୍ୟ ହିଁ ସମ୍ପଦ।ଯଦି ସେହି ସ୍ବାସ୍ଥ୍ୟସେବା କୁ ଅନ୍ୟପାଇଁ ଉତ୍ସର୍ଗ କରାଯାଏ ଦର୍ଶକ ବନ୍ଧୁ ତାକୁ ହିଁ ପୁଣ୍ୟ ବ୍ରତ ବୋଲି କୁହାଯାଏ।ଏହି ଭଳି ସାମାଜିକ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେଇଥିବା ଧାମନଗର ବ୍ଲକର ବରିଷ୍ଠ ନାଗରିକ ପରିଷଦ ସବୁବେଳେ ଚର୍ଚ୍ଚାରେ ଥାଏ ।ଆଜି ଏହିଭଳି ଏକ ବିଶାଳ ମଣ୍ଡଳ ସ୍ତରୀୟ ସ୍ବାସ୍ଥ୍ୟସେବା ଶିବିର ଲକ୍ଷ୍ମୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ବାନସର ରେ ଅନୁଷ୍ଠିତ କରିଅଛନ୍ତି।ଏହି ଶିବିରରେ ଆଠଗୋଟି ବିଭାଗର ବିଶେଷଜ୍ଞ ମାନଙ୍କୁ ଆଣି ୫୦୦ରୁ ଅଧିକ ଲୋକମାନଙ୍କର ନିଶୁଳ୍କ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ।ବିଭିନ୍ନ ବିଭାଗର ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ଦ୍ଵାରା ଯେପରିକି ପେଟ ରୋଗ ହେଉକି,ଅସ୍ଥିଶଲ୍ୟ ଚିକିତ୍ସକ ହେଉ କିମ୍ବା ଚକ୍ଷୁ ଚିକିତ୍ସକ ହୁଅନ୍ତୁ କିମ୍ବା ସ୍ତ୍ରୀରୋଗ ବିଶେଷଜ୍ଞ ହୁଅନ୍ତୁ ରୋଗୀମାନଙ୍କୁ ବିଭିନ୍ନ ବିଭାଗରେ ସଯତ୍ନ ର ସହିତ ଚିକିତ୍ସା କରିଥିଲେ।ଡାକ୍ତର ମନ୍ମୟ ସାମନ୍ତ ସିଂହାର ହୁଅନ୍ତୁ କି ଡାକ୍ତର ମାଝ ମାଝି ହୁଅନ୍ତୁ ,ଡାକ୍ତର ଅଜିତ ପ୍ରସାଦ ଜେନା ହୁଅନ୍ତୁ କିମ୍ବା ଡାକ୍ତର ରମେଶ ଚନ୍ଦ୍ର ନାୟକ ହୁଅନ୍ତୁ କି ଡାକ୍ତର ଏସ କେ ସରକାର ଅଲ୍ଲୀ ହୁଅନ୍ତୁ କିମ୍ବା ଡାକ୍ତର ସରୋଜ କୁମାର ରାଉଳ ହୁଅନ୍ତୁ ଅତି ଉତ୍ସାହର ସହିତ ରୋଗୀ ମାନଙ୍କୁ ସେବା କରିଥିଲେ।ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ସେବା ଶିବିର ବ୍ୟତୀତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ,ମାଗଣା ଚକ୍ଷୁ ଚିକିତ୍ସା ଶିବିର,ଯୋଗ ଶିବିର,ନିଶା ନିବାରଣ କାର୍ଯ୍ୟକ୍ରମ ଭଳି ସମାଜ କଲ୍ୟାଣ ଯୋଜନା ମାନ ହାତକୁ ନେଇଥାନ୍ତି ବୋଲି ଧାମନଗର ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅନିଲ କୁମାର ବାରିକ ଓ ସମ୍ପାଦକ ଶଶିକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।ଆଜିର କାର୍ଯ୍ୟକ୍ରମ ଟି ଧାମନଗର ବରିଷ୍ଟ ନାଗରିକ ପରିଷଦ ର ସମସ୍ତ ସଦସ୍ୟ ଓ ମଣ୍ଡଳ ସଭାପତି ନରେନ୍ଦ୍ର ମଲ୍ଲିକ,ଦାମୋଦର ମଲ୍ଲିକ ଓ ରାମ ଚନ୍ଦ୍ର ସାହୁ ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ସଫଳ ହୋଇଥିଲା।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
