ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ ପାଳିତ।
(ଭଦ୍ରକ)ଆଜି ଓଡିଶା ସରକାରଙ୍କ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କନଫରେନ୍ସ ହଲରେ ଆୟୋଜିତ ହୋଇଜାଇଛି।ଆଜି କାଲି ଯେଉଁ ସାଇବର ଠକେଇ ହେଉଛି ଜନ ସଚେତନତା ସୃଷ୍ଟି କରିବା ଏହି ଅଭିଯାନ ର ମୂଳ ଲକ୍ଷ।ଆଜିର ଏହି ସାଇବର ଠକେଇ ସଚେତନତା ଶିବିରରେ ମୁଖ୍ୟ ଆକର୍ଷଣ ଥିଲେ ଧାମନଗର ମହାବିଦ୍ୟାଳୟ ଓ ଅକ୍ସଫୋର୍ଡ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିବା ସହ ଧାମନଗର ର ଆଇନ ଯିବି ବୁଦ୍ଧିଜୀବୀ ଅବସାର ପ୍ରାପ୍ତ କର୍ମଚାରୀ ଏବଂ ଧାମନଗର ମହାବିଦ୍ୟାଳୟର ଏନସିସି କ୍ୟାଡ଼ର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।
ଏହି ସାଇବର ଠକେଇ ସଚେତନତା ଶିବିରର ମଞ୍ଚ ସଂଚାଳନା କରିଥିଲ ଧାମନଗର ମହା ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଚିନ୍ମୟ କୁମାର ଜେନା।ଏହି କାର୍ଯ୍ୟକ୍ରମରେ ବିଷୟ ବିଶାରଦ ଭାବେ ଯୋଗଦେଇଥିଲେ ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ବିବେଦୀ ଯୋଗ ଦେଇଥିବା ବେଳେ ମୂକ୍ଷ ବକ୍ତା ଭାବେ ଯୋଗଦେଇ ଥିଲେ ଧାମନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ତ୍ରିଲୋଚନ ସେଠୀ।ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସିନ ଥିଲେ ଧାମନଗର ଏ ନେ ସି ଅଧ୍ୟକ୍ଷା ନିବେଦିତା ଜେନା, ଏ ନେ ସି ଉପାଧ୍ୟକ୍ଷ ଓସିମ୍ ଏସଦାନି କାଦ୍ରି ଓ ଧାମନଗର ପଞ୍ଚାୟତ ସମିତି ଉପାଦକ୍ଷ ଜଗବନ୍ଧୁ ପ୍ରଧାନ।ଶେଷରେ ଏହି କାର୍ଯ୍ୟକ୍ରମରେ ଅନ୍ତିମ ସ୍ପର୍ଶ ଧନ୍ୟବାଦ୍ ଦେଇଥିଲେ ଧାମନଗର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
