ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥ ନିର୍ମାଣ ଉଦାସୀନତା କୁ ନେଇ ରାସ୍ତାରୋକ।
(ଭଦ୍ରକ) ଭଦ୍ରକ ଆଖଣ୍ଡଳମଣି ୩୫ ନମ୍ବର୍ ରଜ୍ୟରଜପଥ ନିର୍ମାଣର ସିଥଳତା କୁ ନେଇ ପାଳସାହି ନେତାଆଳି ଗାଁ ଠାରେ ଏକ ରାସ୍ତାରୋକ ହୋଇଥିଲା।କଟକ ର ଆର୍ କେ ନିର୍ମାଣାଧୀନ ସଂସ୍ଥା ର କାର୍ଯ୍ୟ ସିଥଳତା କୁ ନେଇ ଜନ ଅସନ୍ତୋଷ ଆଗକୁ ଉଗ୍ରରୂପ ନେବାକୁ ଯାଉଛି ବୋଲି ସ୍ଥାନୀୟ ଜନସାଧାରଣ ମାନେ ଚେତାଇଦେଇଥିଲେ ।ଆଜିକୁ ଦୁଇ ବର୍ଷ ହେବ କର୍ଯ୍ୟା ଆରମ୍ଭକରି ମଧ୍ଯ ଏଯାବତ୍ କାର୍ଯ୍ୟ ସାରିପାରି ନାହିଁ।ଯେଉଁଠି ବି ପିଚ କରିଛି ନିମ୍ନମାନର କାମହେତୁ ତାହା ଉଖୁଡ଼ି ଯାଇଛି ଏବଂ ମରଣ ଯନ୍ତା ପାଲଟିଛି।ଧାମନଗର ଧୁସୁରି ଅଞ୍ଚଳ ଓ ଆଖପାଖ ଅଞ୍ଚଳ ର ବାସିନ୍ଦାମାନେ ବାରମ୍ବାର ପ୍ରଶାସନ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି ପ୍ରଶାସନ।ପ୍ରଶାସନର ଉଦାସୀନତା ଓ ଠିକାଦାର ର ମନମୁଖୀ କାର୍ଯ୍ୟପାଇଁ ପ୍ରତିଦିନ ହଜାର ହଜାର ଲୋକ ଦୃଘଟାଣା ଗ୍ରସ୍ତ ହେବାସହ ମୃତ୍ୟୁମୁଖରେ ପଡ଼ୁଛନ୍ତି।ଆଜିର ଧର୍ମଘଟ ପରେ ଯଦି ରାସ୍ତା ଓ ଗୃହ ବିଭାଗ ଭଦ୍ରକ ର ନିଦ ନଭାଙ୍ଗେ ତେବେ ବାଧ୍ୟ ହୋଇ ସ୍ଥାନୀୟ ଲୋକମାନେ ଆରଡ଼ି ଛକ ଭଦ୍ରକ ଠାରୁ ଆଖଣ୍ଡଳମଣି ପୀଠ ପର୍ଯ୍ୟନ୍ତ ଛକମାନଙ୍କରେ ରାସ୍ତାରୋକ କରିବେ ବୋଲି ଧମକ ଦେଇଛନ୍ତି।
ଭାରତ ତଥା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠ କୁ ମୂଖ୍ୟ ରାସ୍ତା ହୋଇଥିବା ବେଳେ ଠିକାଦାର ଙ୍କ ଏଭଳି ମନମୁଖୀ ନିମ୍ନମାନର କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି।ଏହି ରାସ୍ତା ରୋକରେ ଦଳଗତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ସ୍ଥାନୀୟ ନେତା ,ବୁଦ୍ଧିଜୀବୀ ମାନେ ପୂର୍ବତନ ପି ଏସ ସଭ୍ୟ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଯୋଗ ଦେଇଥିଲେ।ପ୍ରଶାସନ ର ସିଥିଳତା ମନୋଭାବକୁ ଦୃଢ଼ ନିନ୍ଦା କରିବା ସହ ରାସ୍ତା କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ଦାବି କରିଥିଲେ।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
