ଅଦ୍ୟ ତା. 6.11.2025 ରିଖ ଗୁରୁବାର ଦିନ ସକାଳ 10 ଘଟିକା ସମୟରେ ଜ଼ିଲ୍ଲା ସଂଗ୍ରହl ଳୟ ଠାରେ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଙ୍କ 150 ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଉପଲକ୍ଷେ କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ସରକାର ଏବଂ ମାଇଁ ଭାରତ ଙ୍କ ପକ୍ଷ ରୁ ଜ଼ିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଓଡ଼ିଆ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ସ୍ଲୋଗାନ ଲିଖନ, ପୋଷ୍ଟର, ଚିତ୍ରାଙ୍କନ ପ୍ରତିଯୋଗିତା ଉଭୟ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି l ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ- ଆର୍ଯ୍ୟ ନାରାୟଣ ଦେବ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ଦ୍ଵିତୀୟ- ସୋହନ ବାରିକ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ତୃତୀୟ- ପଦ୍ମଜା ମହାପାତ୍ର,ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ । ଓଡିଆ ବକ୍ତୃତା ( ଷଷ୍ଠ/ସପ୍ତମ) ପ୍ରତିଯୋଗୀତାରେ ପ୍ରଥମ- ଅଭିଜ୍ଞତା ଖଣ୍ଡଗିରି, ଆଦର୍ଶ ବିଦ୍ୟାଳୟ, ଅଇଁଲାଚୂଆଁ, କଣ୍ଟାମାଳ, ଦ୍ୱିତୀୟ- ମହେଶ ରାଉଳ ଓ ତୃତୀୟ – ମନିଷ୍କା ପରିଡ଼ା, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ । ମହାବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗୀତାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସୁନେଲୀ ବାଘ – ପ୍ରଥମ ଓ ପ୍ରବୀଣ ସେଠୀ – ଦ୍ୱିତୀୟ , ମହମ୍ମଦ ଅରମାନ, ସରକାରୀ ପଲିଟେକନିକ୍, ବୌଦ୍ଧ – ତୃତୀୟ । ମହାବିଦ୍ୟାଳୟ ସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗୀତାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବିମଳ ନାଏକ – ପ୍ରଥମ ଓ ବୀଣାପାଣି ନାୟକ – ଦ୍ୱିତୀୟ ଓ ମହମ୍ମଦ ଅରମାନ, ସରକାରୀ ପଲିଟେକନିକ୍, ବୌଦ୍ଧ – ତୃତୀୟ , ବରିଷ୍ଠ ବିଭାଗ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ପୁନମ ନନ୍ଦ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଇଁଲାଚୂଆଁ, କଣ୍ଟାମାଳ – ପ୍ରଥମ, ଶିଖା ମହାନନ୍ଦିଆ ସରକାରୀ ନୋଡାଲ ହାଇ ସ୍କୁଲ, ହରଭଙ୍ଗା- ଦ୍ଵିତୀୟ, ମୃଣ୍ମୟୀ ପାଢ଼ୀ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ୍- ତୃତୀୟ, କନିଷ୍ଠ ବିଭାଗ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଗତିରାଣି ବେହେରା- ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବୁଦ୍ଧଙ୍କୁ ସ୍ଵତନ୍ତ୍ର ପୁରସ୍କାର । କନିଷ୍ଠ ବର୍ଗ ସ୍ଲୋଗାନ ଲିଖନ ପ୍ରତିଯୋଗିତାରେ ଅଞ୍ଜଳି କୁମାରୀ, ସରକାରୀ ଉ ପ୍ରା ବିଦ୍ୟାଳୟ, ମାଳିସାହି – ପ୍ରଥମ ଓ ଦ୍ବିତୀୟ – ପ୍ରଜ୍ଞା ପରମିତା ମହାପାତ୍ର ଏବଂ ହରିପ୍ରିୟାମେହେର, ସେଣ୍ଟଜାଭୟର ପବ୍ଲିକ ସ୍କୁଲ- ତୃତୀୟ । ବରିଷ୍ଠ ବର୍ଗ ସ୍ଲୋଗାନ ଲିଖନ ପ୍ରତିଯୋଗିତାରେ ପ୍ରଥମ – ରୋଜି ମୁଦୁଲି, ସରକାରୀ ନୋଡାଲ ହାଇ ସ୍କୁଲ୍, ହରଭଙ୍ଗା ଓ ଦ୍ୱିତୀୟ – ସ୍ୱାତି ପଟ୍ଟଯୋଶୀ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ । ମହାବିଦ୍ୟାଳୟ ସ୍ତରୀୟ ସ୍ଲୋଗାନ ଲିଖନ ପ୍ରତିଯୋଗିତାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ସୁନେଲୀ ବାଘ – ପ୍ରଥମ, ସ୍ମୃତି ସୁଧା ବାରିକ – ଦ୍ୱିତୀୟ, ପ୍ରବୀଣ ସେଠୀ – ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ସମସ୍ତ ପ୍ରତିଯୋଗିତା ର ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର,ଓଡିଶା ସଂଗୀତ ନାଟକ ଏକାଡେମୀ ର ସଦସ୍ୟ ବସନ୍ତ କୁମାର ସାହୁ, ସାହିତ୍ୟିକ ରମେଶ ପ୍ରସାଦ ମେହେର,ନୀଳ ଲୋହିତ ମହାପାତ୍ର, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର, ସହକାରୀ ଶିକ୍ଷକ ନବ କିଶୋର ଦୀପ, ଗୋପାଳ କୁମାର ଅମାତ, କଳା ଶିକ୍ଷକ ସ୍ୱସ୍ତିକା ବିଶି ଯୋଗ ଦେଇ ବିଚାରକ ଦାୟିତ୍ୱ ତୁଲାଇ ଥିଲେ l ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ରୁର କୁମାର ଯାନୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ମାଇଁ ଭାରତ ର ଆସମାନ ମହାକୁଡ଼, ଶିକ୍ଷକ ନବ କିଶୋର ଦୀପ, ଗୋପାଳ ଅମାତ, କନିଷ୍ଠ ରାଜସ୍ବ ସହାୟକ ଲୋକନାଥ ମେହେର, ଗ୍ରନ୍ଥଗlରିକ ଅକ୍ଷୟ କୁମାର ମହାକୁଡ଼,ଜ଼ିଲ୍ଲା ପାଠଗାର କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି, ବୀର କିଶୋର କର୍ମୀ, ଜ଼ିଲ୍ଲା ସଂଗ୍ରହlଳୟ ର କର୍ମଚାରୀ ଅମରେଶ ପାଣିଗ୍ରାହୀ, ସଚ୍ଚିନ ପ୍ରଧାନ, ଜୟଦେବ ବେହେରା, ବାବୁଲାଲ ନାୟକ, ମାନସ ବେହେରା ଏବଂ ଜ଼ିଲ୍ଲା ଷ୍ଟାଡିୟମ ର କର୍ମଚାରୀ ମାନେ ସହଯୋଗ କରିଥିଲେ l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମାଇଁ ଭାରତ ର ଅସମାନ ମହାକୁଡ଼ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
