ବିଂଝାରପୁର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରେ ଦୁର୍ନୀତିର ଗନ୍ତାଘର
( ବର୍ଷାଧିକାଳ ହେଲା ଦୁର୍ନୀତି ଅଭିଯୋଗର ତଦନ୍ତ ନାଲି ଫିତା ତଳେ)
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ସରୋଜ କୁମାର ଧଳ
ବିଂଝାରପୁର ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଦୁର୍ନୀତି ଅଭିଯୋଗର ପର୍ଦାଫାସ ପରିବର୍ତ୍ତେ ଅସାଧୁ କର୍ମଚାରୀଙ୍କୁ ଘଣ୍ଟ ଘୋଡାଇବା ଓ ଗୁମର ନଫିଟାଇବା ପାଇଁ ଅପଚେଷ୍ଟା ଚଳାଇଛି , ଖୋଦ ଜିଲ୍ଲାପାଳ ଙ୍କ ତଦନ୍ତ ନିର୍ଦେଶ ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ , ସୂଚନା ଅଧିକାର କର୍ମୀ ଅଜୟ ମଲ୍ଲିକ ବିଭିନ୍ନ ସମୟରେ ବି ଇ ଓ , ଡି ଇ ଓ ଓ ଏ ଡିଏମ ଓ ଜିଲ୍ଲାପାଳ ଙ୍କୁ ପୋଷାକ କିଣା ହେଉ , ମଧ୍ୟାହ୍ନ ଭୋଜନ , ଶିକ୍ଷକ ଅବସ୍ଥାପିତ ଓ ଏସ ଏମ ସି ଗଠନରେ ଚଞ୍ଚକତା , ଦୁନୀତି ନେଇ ଅଭିଯୋଗ କରିଥିଲେ | ମାତ୍ର ଏପର୍ଯ୍ୟନ୍ତ ଏହାର ତଦନ୍ତ କରାଗଲା ନାହିଁ | ଶ୍ରୀ ମଲ୍ଲିକ ଙ୍କ ଅଭିଯୋଗ ହେଲାଯେ ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ସୁବାଷ ଚନ୍ଦ୍ର ବିଶ୍ୱାଳ ଙ୍କ ଭୂମିକାକୁ ସାମାଜିକ କର୍ମୀ ଅଜୟ ମଲ୍ଲିକ ଯାଜପୁର ଜିଲ୍ଲାପାଳଙ୍କୁ ବିଂଝାରପୁର ବିଇଓ ଙ୍କ ଦୁର୍ନୀତି ବିଷୟରେ ଓ ଡିଇଓ ଙ୍କୁ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ୨୫/୧୧/୨୦୨୪ ୟୁନିକ ନମ୍ବର ୭୪ ରେ ଅଭିେଯାଗ କରିଥିଲେ , ପୁଣି ୨୪/୨/୨୦୨୫ ରେ ଅଭିେଯାଗ ପଞ୍ଜିକରଣ ସଂଖ୍ୟା ୭୬ ରେ ବିଂଝାରପୁର ଵିଇଓ ଙ୍କ ମାଧ୍ୟମରେ ଶିକ୍ଷା ମାରଣ ନୀତି ଓ ଉତ୍କୋଚ ନବା ତରିକା ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଉକ୍ତ ତଦନ୍ତ ରିପୋର୍ଟ ତତ୍କାଳୀନ ବିଇଓ ଙ୍କ ତତ୍ୱାବଧାନ ରେ ତଦନ୍ତ କରାଯାଇ ଡିଏମ ରେଜିଷ୍ଟର ୨୦୨୫୧୧୧୮୦୦୦ , ତା ୮/୫/୨୦୨୫ ରେ ଡିଇଓ ଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିଲା , ଯାହା କାଳ୍ପନିକ ଓ ମିଥ୍ୟା ତଥ୍ୟ ଥିଲା | ଉକ୍ତ ତଥ୍ୟ କୁ ପାଇବା ପରେ ଅଜୟ ମଲ୍ଲିକ ପୁନର୍ବାର ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ୧୫/୭/୨୦୨୫ ରେ ଆଉ ଏକ ଲିଖିତ ବିବରଣୀ ପ୍ରଦାନ କଲେ | ଜିଲାପାଳ ଚିଠି ନମ୍ବର ୫୨୭୦//୧୬/୭/୨୦୨୫ ରେ ଏକ ଉଚ୍ଚ ସ୍ତରୀୟ କମିଟି ମାଧ୍ୟମରେ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ , ତଦନ୍ତ ଅଧିକାରୀ ୨୮/୭/୨୦୨୫ ରେ ନୋଟିସ ନମ୍ବର – ୪୭୨୭ ରେ ଶୁଣାଣି ପାଇଁ ଡିଇଓ ଙ୍କୁ ଏବଂ ଅଜୟ ମଲ୍ଲିକ ଙ୍କୁ ତାଙ୍କ ପ୍ରକୋଷ୍ଟ କୁ ଡାକିଥିଲେ , ଶୁଣାଣୀରେ ଡିଇଓ ଙ୍କ ପ୍ରତିନିଧି ଦେଇଥିବା ଉତ୍ତର ସନ୍ତୋଷ ଜଣକ ନହେବାରୁ ତଦନ୍ତ କରୁଥିବା ଉପଜିଲ୍ଲାପାଳ ଯୁଧିଷ୍ଠିର ନାୟକ ୬/୮/୨୦୨୫ ରେ ଚିଠି ନଂ – ୪୮୭୧ ରେ ଆଉ ଏକ ନିର୍ଦେଶନାମା କଲେକି ସଠିକ୍ ତଦନ୍ତ କରି ୧୪ ଅଗଷ୍ଟ ୨୦୨୫ ରେ ରିପୋର୍ଟ ଦାଖଲ କରିବା ପାଇଁ, ପୁନଶ୍ଚ ରିପୋର୍ଟ ବିଳମ୍ବ ହେବାରୁ ଆଉ ଏକ ରିମାଇଣ୍ଡର ଲେଟର ନମ୍ବର – ୫୮୮୮ // ୨/୯/୨୦୨୫ ଦୁଇଦିନ ମଧ୍ୟରେ ଦେବାକୁ ନିର୍ଦେଶ ଦେଇଥିଲେ | ଯାଜପୁର ଶିକ୍ଷା ବିଭାଗର ଅଧିନରେ ଥିବା ଜିଲ୍ଲା ଶିକ୍ଷାଧିକାରୀ ଏବଂ ବିଂଝାରପୁର ମଣ୍ଡଳ ଶିକ୍ଷାଧିକାରୀ ଜିଲ୍ଲାପାଳଙ୍କ ନିର୍ଦେଶକୁ ବେଖାତିର କରି ଆଦ୍ୟାବଧି ରିପୋର୍ଟ ପ୍ରଦାନ କରିନାହାନ୍ତି | ବିଂଝାରପୁର ରେ ଉପସ୍ଥିତ ମଣ୍ଡଳ ଶିକ୍ଷାଧିକାରୀ ସତ୍ୟବ୍ରତ ମିଶ୍ରଙ୍କ ତତ୍ୱାବଧାନରେ ବର୍ତ୍ତମାନ ବିଚିତ୍ର ଶିକ୍ଷାବ୍ୟବସ୍ଥା ଚାଲିବାର ଦେଖିବକୁ ମିଳୁଛି , ଦେଖିବାକୁ ଗଲେ ଏବିଜେ ୟୁପି ସ୍କୁଲ ( ୟୁ ଡି ଆଇ ସି କୋଡ଼ – ୨୧୧୩୦୩୦୮୬୦୧ )ଯାହା ତଥ୍ୟ ମିଳିଛି ୬୦ ଜଣ ପିଲାରେ ୪ ଜଣ ଶିକ୍ଷକ ନିଯୁକ୍ତି ଅଛନ୍ତି , ସେହିପରି ପ୍ରହଲ୍ଲାଦପୁର ମଲ୍ଲିକ ସାହି ପି ଏସ ( ୟୁ ଡି ଆଇସି କୋଡ଼ – ୨୧୧୩୦୩୦୭୪୦୧) ରେ ୨୪ ଜଣ ପିଲାରେ ୪ ଜଣ ଶିକ୍ଷକ , ମଲ୍ଲୀପୁର ଜଗନ୍ନାଥପୁର ପି ଏସ ( ୟୁ ଡି ଆଇସି କୋଡ଼ – ୨୧୧୩୦୩୦୩୫୦୧ ) ରେ ୧୨୩ ଛାତ୍ର ଛାତ୍ରୀ ଥିବାବେଳେ ମାତ୍ର ଜଣେ ଶିକ୍ଷୟତ୍ରୀ ଅଛନ୍ତି , ଯାହା ଅଳ୍ପ ଦିନ ଆଗରୁ ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ପକାଇଥିଲେ | ମଣ୍ଡଳ ଶିକ୍ଷଧିକାରୀଙ୍କ ତରଫରୁ ଏବିଓ ବଳରାମ ପତି ସେହି ବିଦ୍ୟାଳୟକୁ ଯାଇ ଅଭିଭାବକ ମାନଙ୍କୁ ବୁଝା ସୁଝା କରିବା ପରେ ସେମାନେ ତାଲା ଖୋଲିଥିଲେ | ଆହୁରି ମଧ୍ୟ କିଛି ବିଦ୍ୟାଳୟରେ ଡେପଲୟଡ ଶିକ୍ଷକ ଙ୍କୁ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ସୁବାଷ ବିଶ୍ୱାଳ ଯାହା ଏବେ ସୂଚନା ଅଧିକାର କର୍ମୀ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି |ପିଲାଙ୍କ ପାଠ ପଢାକୁ ଗୁରୁତ୍ୱ ନଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପାଠପଢା ପାଇଁ ପରାମର୍ଶ ନଦେଇ ପାଠପଢାର ସୁବ୍ୟବସ୍ତା ନକରି ଟ୍ୟାଗ୍ ହୋଇଥିବା ସ୍ୱପ୍ଲାଇର ମାନଙ୍କର ନିମ୍ନ ମାନର ଡ୍ରେସକୁ ଛାତ୍ରଛାତ୍ରୀ ମାନଙ୍କୁ ଦେବାପାଇଁ ସ୍କୁଲ ମାନଙ୍କର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବିଂଝାରପୁର ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାାଳୟ ତରଫରୁ ପରାମର୍ଶ ଦିଆଯାଇଛି | ଏ ବିଷୟରେ ପୂର୍ବରୁ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ଏବଂ ମୁଖ୍ୟମନ୍ତୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏପର୍ୟନ୍ତ୍ ଏହାର ତଦନ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ସମ୍ପୂର୍ଣ୍ଣ କରିନାହାନ୍ତି | ୨୦୨୫/୨୦୨୬ ଆର୍ଥିକ ଶିକ୍ଷାବର୍ଷ ଅନୁରୂପ ତରିକାରେ ନିମ୍ନମାନର୍ ଡ୍ରେସ୍ ଛାତ୍ରଛାତ୍ରୀ ମାନଙ୍କୁ ବାଣ୍ଟିବା ପାଇଁ ମଣ୍ଡଳ ଶିକ୍ଷାଧିକାରୀ ପରାମର୍ଶ ଦେଇଛନ୍ତି | ବୁଦ୍ଧିଜୀବୀ ମହଲରେ ଏ ପ୍ରକାର ଶିକ୍ଷା ବ୍ୟବସ୍ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ କିଛି ସାମାଜିକ କର୍ମୀ ଏହାକୁ ନେଇ ଆଇନ୍ ର ଆଶ୍ରୟ ନେବାକୁ ଆଲୋଚନା କରୁଥିବାର ଶୁଣିବାକୁ ମିଳୁଛି |
