ବନ ବନବିଭାଗର ଚଢ଼ାଉ ରେ ଶାଳ ଗଣ୍ଡି ସହ ଶିକାର ସାମଗ୍ରୀ ଜବତ ସହ ୨ ଗିରଫ।
ଢେଙ୍କାନାଳ ବନଖଣ୍ଡ ମହାବୀରୋଡ ବନାଞ୍ଚଳ ଦିହଡୋଳା ସେକ୍ସନ ବନପାଳ ପରଜଙ୍ଗ ଅଞ୍ଚଳରେ ଚଢ଼ାଉ କରି ଶାଳ ଗଣ୍ଡି ବନ୍ୟଜନ୍ତୁ ଶିକାର କରିବା ପାଇଁ ଲଗାଯାଇଥିବା ସାମଗ୍ରୀ ଜବତ କରିବା ସହ ଦୁଇ ଜଣ ଙ୍କୁ ଗିରଫ କରିଛି ବନ ବିଭାଗ। ପରଜଙ୍ଗ ଥାନା କଙ୍କଡାସୋଡ଼ା ଗ୍ରାମରେ ଶାଳ ଗଛ କାଟି ଚାଲାଣ କରିବା ପାଇଁ ଗଛିତ ରଖିଥିବା ଖବର ପାଇଁ ଡ଼ିହଡୋଳା ସେକ୍ସନ ବନପାଳ ଚନ୍ଦ୍ର ସିଂହ ଓ ଅନ୍ୟ ଗ୍ରାମ ଅଜିତ ସାହୁଙ୍କୁ ଗିରଫ କରିବା ସହ ୩୦ ଘନ ଫୁଟର ଶଳା ଗଣ୍ଡି ଜବତ କରିଥିଲେ। ସେହି ପରି କଟାବାହାଳ ଗ୍ରାମରେ ଜଣେ ବେକ୍ତି ନିଜ ବଗିଚାରେ ବନ୍ୟ ଜନ୍ତୁ ଶିକାର ପାଇଁ ଫାସ ପ୍ରସ୍ତୁତ କରୁଥିବା ଖବର ପାଇଁ ବନ କର୍ମଚାରୀ ଚଢ଼ାଉ କରି ଥିଲେ। ଫାସ ପ୍ରସ୍ତୁତ କରିଥିବା ଲୋକଙ୍କୁ ଗିରଫ କରିବା ସହ ସମସ୍ତ ସାମଗ୍ରୀ ଜବତ କରି କାର୍ଯ୍ୟାଳୟ ଙ୍କୁ ଆଣିଥିଲେ। ଉଭୟ ଚୋରା କାଠ ଚାଲାଣ କାରି ଓ ବନ୍ୟ ଜନ୍ତୁ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଡ଼ିହଡୋଳା ବନ ପାଳ କହି ଛନ୍ତି।
