*ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ, ପ୍ରଚାର ପାଞ୍ଚ ଦିନ ପରେ ବନ୍ଦ, ଦଳୀୟ ପ୍ରାର୍ଥୀ ବ୍ୟାପକ ପ୍ରଚାର ଚାଲି ଥିବା ବେଳେ ଘର ଘର ବୁଲି ଭୋଟ ଭିକ୍ଷା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ପ୍ରଚାର ସରଗରମ ରହିଅଛି। ଉପ ନିର୍ବାଚନ ୧୧ ନଭେମ୍ବର ରେ ହେବା କୁ ଥିବା ଦୁଇ ଦିନ ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଯିବ। ପ୍ରଚାର ଏବଂ ଭୋଟ ଭିକ୍ଷା ଅଭିଯାନ ଆଉ ପାଞ୍ଚ ଦିନ ରହିଅଛି। ଉପ ନିର୍ବାଚନ ନେଇ ବିଜେପି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଆଜି କୋମନା ଠାରେ ଘର ଘର ବୁଲି ଭିକ୍ଷା କରିଛନ୍ତି। ତାଙ୍କ ବାପା ଙ୍କ ଅଧୁରା ସ୍ଵପ୍ନ କୁ ସାକାର କରିବା ବୋଲି ପ୍ରକାଶ କରିଛନ୍ତି। ଜୟ ଢୋଲକିଆ ଆଜି ୩ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ଏବଂ ୨ ନମ୍ୱର୍ ଜିଲ୍ଲା ପରିଷଦ ରେ ନିର୍ବାଚନ ପ୍ରଚାର କରିଛନ୍ତି। ଜଟଗର୍ଡ, ବୁଢ଼ୀପାଲି, ଶୁକଳୀମୁଣ୍ଡି, ସଲଙ୍ଘିପଡ଼ା, ଟିକ୍ରାପଦା, ଆଦି ପଞ୍ଚାୟତ ରେ ନିର୍ବାଚନ ପ୍ରଚାର କରିଛନ୍ତି।
