ସୋର ବୈଷ୍ଣବ ମଲ୍ଲିକା ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ
ସୋର,-ଆଜି ସୋରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାନବ ଉତ୍ଥାନ ସେବା ସଂସ୍ଥାନ ଆନୁକୁଲ୍ୟରେ ୩ୟ ଓ ୫ମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ବ୍ଲକ ସ୍ତରୀୟ ବୈଷ୍ଣବ ମଲ୍ଲିକା ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ ହେଇଯାଇଛି। ଉକ୍ତ ପରୀକ୍ଷାରେ ମୋଟ ସୋର ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ୬୦୩ ଜଣ ପିଲା ପରୀକ୍ଷା ଦେଇ ଥିଲେ । ଅନନ୍ତପୁର ବିବେକାନନ୍ଦ କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ମହୁମୁହାଣ ବିଶ୍ୱନାଥ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, କୁଡେଇ ସରସ୍ୱତୀ ଶିଶୁ ମନ୍ଦିର ଚାରୋଟି ସେଣ୍ଟର୍ରେ ପରୀକ୍ଷା କରାଯାଇଥିଲା । ଏହାକୁ ମାନବ ଉତ୍ଥାନର ସଭାପତି ଜୟନ୍ତ କୁମାର ପ୍ରଧାନ, ସି.ଆରସି କମଳାକାନ୍ତ ସେଠୀ , ନିବେଦିତା ପୋଇ , ପ୍ରଦୀପ ବିଶ୍ୱାଳ,ଜ୍ୟୋତ୍ସ୍ନାରାଣୀ ଜେନା , ସି.ଆର.ସି କମଳାକାନ୍ତ ଶଙ୍ଖୁଆ, ଅନନ୍ତ ପ୍ରସାଦ ପାତ୍ର, ଦେବୀ ପ୍ରସାଦ କର , ସସ୍ମିତା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି ପରୀକ୍ଷାରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ୫ ହଜାର, ୩ ହଜାର ଓ ତୃତୀୟ ସ୍ଥାନକୁ ୨ହଜାର ଟଙ୍କା ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା ।
