*ଲଖନାରେ ଜନସଭ ଯୋଗ ଦେଲେ ମନ୍ତ୍ରୀ ସୂର୍ଯ୍ୟ ବଂଶି ଶୁରଜ୍, ସିଦ୍ଧାନ୍ତ ମହାପାତ୍ରଙ୍କ ମନ୍ତ୍ରମୁଗ୍ଧ ଅଭିଭାଷଣ ଝୁମିଲା ଅଞ୍ଚଳ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରଚାର ଅଭିଯାନ ଅନ୍ତର୍ଗତ ଆଜି କୋମନା ବ୍ଲକ୍ର ଲଖନା ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ। ପ୍ରସିଦ୍ଧ ଓଡ଼ିଆ ସିନେ ତାରକା ଓ ଜନପ୍ରିୟ ନେତା ସିଦ୍ଧାନ୍ତ ମହାପାତ୍ର, ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ, ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠି, ଯୋଗ ଦେଇ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।ସଭା ରେ ମନୋହର ଅଭିଭାଷଣ ଓ ‘ପୁଚୁକି ଗାଲି’, ‘ସୁନେଲି ସୁନେଲି ଖରା’ ପରି ସୁପରହିଟ୍ ଗୀତ ଗାଇ ଦର୍ଶକମାନଙ୍କର ହୃଦୟ ଜିତିଲେ। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
