
ବାଲେଶ୍ୱର ଜିଲ୍ଲାର ସୋର ଥାନା ଏକ ଗୁରୁତ୍ବପୂର୍ଣ୍ଣ ଥାନା ହୋଇଥିବା ବେଳେ ଦୀର୍ଘଦିନ ଧରି ଆଇଆଇସି ପଦବୀ ଫାଙ୍କା ଥିଲା। ଗତ ଫେବୃୟାରୀ ୮ ତାରିଖ ଦିନ ସୋର ଥାନା ରେ କାର୍ଯ୍ୟରତ ଆଇଆଇସି ଶ୍ରୀଯୁକ୍ତ ପ୍ରଭାଶୁଂ ଶେଖର ମିଶ୍ର ଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା କୁ ବଦଳି ପରେ ଏହି ପଦବୀ ଫାଙ୍କା ଥିଲା। ଯୁବତୀ ଙ୍କ ଗଳା କାଟି ହତ୍ୟା ଘଟଣା ପରେ ପରେ ଅର୍ଥାତ ବୁଧବାର ଦିନ ନୂତନ ଆଇଆଇସି ଭାବେ ଶ୍ରୀଯୁକ୍ତ ସୁଦୀପ୍ତ ସାହୁ ସୋର ଥାନା ରେ ଯୋଗଦେଇ ଦେଇଛନ୍ତି। ଯୋଗଦେବା ପରେ ସୋର ବାସୀ ଙ୍କ ସେବା କରିବେ ସେ କହିଛନ୍ତି। ଏହାପୂର୍ବରୁ ସେ ଭୋଗରାଇ ଥାନାରେ ନିଜ କାର୍ଯ୍ୟ ସୁଚାରୁ ରୂପେ କରି ବେସ୍ ଲୋକଭାଜନ ହୋଇପାରିଛନ୍ତି। ଯୋଗ ଦେବାର ଦିନ କେଇଟା ମଧ୍ୟରେ ସୋର ଲିଙ୍ଗପଡା ଗ୍ରାମର ଯୁବତୀ ଙ୍କ ଗଳା କାଟି ହତ୍ୟା ର ମୁଖ୍ୟ ଅଭିଯୁକ୍ତ ବିଶ୍ବରଞ୍ଜନ କୁ କୌଶଳ କ୍ରମେ ବାସୁଦେବପୁର ଅଞ୍ଚଳ ରୁ ଧରିବା ହେଉ ଅବା ଚୋରା ବାଲି ଚାଲାଣ ଉପରେ ଅତର୍କିତ ଚଢାଉ କରି ୧୯ ଡମ୍ଫର ଜବତ କରି ବେଶ୍ ପ୍ରଂଶସା ର ପାତ୍ର ହୋଇପାରିଛନ୍ତି। ସୋର ରେ ବଢୁଥିବା ଚୋରା ଗୋ ଚାଲାଣ, ଚୋରା ପଥର ଚାଲାଣ , ମଦ ବିକ୍ରି ହେଉଥିବା ପ୍ରଶ୍ନ ରେ ସେ କହିଛନ୍ତି ଖବର ଦେବା ମାତ୍ରେ ଆମେ ଦୋଷୀ ଙ୍କ ନିକଟରେ ପହଞ୍ଚି ଦୋଷୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।