
ଛତ୍ରପୁର -ଆର୍ଯ୍ୟପଲ୍ଲୀ ପଞ୍ଚାୟତରେ ଥିବା ଗୋପାଳପୁର ପୋର୍ଟ ମତ୍ସ୍ୟଜେଟୀ ନିକଟରେ ସାମ୍ବାଦିକ ସମ୍ମିଳନୀ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ବେହେରା ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଞ୍ଚାୟତର ପାଞ୍ଚଟି ମୁଖ୍ୟଦାବୀ ଯଥା ୧)ଗୋପାଳପୁର ପୋର୍ଟ ମତ୍ସ୍ୟଜେଟୀ ସମୁଦ୍ର ମୁହାଣକୁ ସବୁଦିନିଆ ଡ଼ଙ୍ଗାଗୁଡିକ ଯାତାୟାତ ପାଇଁ ଡ୍ରେଜିଙ୍ଗ କରିବା। ୨)ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଗ୍ରାମ ଗୁଡିକର ଉପକୂଳ ସୁରକ୍ଷା ରଖିବା ପାଇଁ ପଥର ବନ୍ଧ ନିର୍ମାଣ କରିବା। ୩)ମତ୍ସ୍ୟଜେଟୀ ରେ ଆଲୋକକରଣ କରିବା ଓ ପାଣି ବ୍ୟବସ୍ଥା କରିବା। ୪)ଆର୍ଯ୍ୟପଲ୍ଲୀ ପଞ୍ଚାୟତ କୂଳରେ ମତ୍ସ୍ୟଜୀବିଙ୍କ ପାଇଁ ଫୀଶରଜେଟୀ କରିବା ପାଇଁ ଜାଗା ଚି଼ହ୍ନଟ ଓ ସେଣ୍ଟ୍ରାଲ ଟିମ ଜାଗା ପରୀକ୍ଷା କରି ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାମ ହୋଇପାରୁନି। ବର୍ତ୍ତମାନ ଫିଷରଜେଟୀ ତୁରନ୍ତ କରିବା ଆବଶ୍ୟକ ଅଟେ। ୫)ମତ୍ସ୍ୟ ଜେଟିରେ ଥିବା ପୁରୁଣା ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା କାନ୍ଥ ଗୁଡିକୁ ଭଙ୍ଗା ଯାଇ ସଫା କରାଯାଉ।ଉପରୋକ୍ତ ଦାବିସମୂହକୁ ନେଇ ଆଗାମୀଦିନରେ ବନ୍ଦର କତୃପକ୍ଷ ଙ୍କ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟା ସମୂହର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। ନଚେତ ପ୍ରତିବାଦ କ୍ରିୟାନୁଷ୍ଠାନ କମିଟି ର ନିଷ୍ପତି ଅନୁଯାୟୀ ରାଜରାସ୍ତାରେ ଦୃଢ଼ ପ୍ରତିବାଦ ସହିତ ଆଗାମୀ ଦିନରେ କତୃପକ୍ଷ ଙ୍କ ସମୁଖରେ ଧାରଣା ଦିଆଯିବା ସଙ୍ଗେ ବରୋଧ କରାଯିବ। ପ୍ରକାଶ ଥାଉକି ତତ୍କାଳୀନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଗୋପାଳପୁର ବନ୍ଦର ଉପରେ ଦୀର୍ଘ ବର୍ଷଧରି ପ୍ରାୟ ତିରିଶି ହଜାର ମତ୍ସ୍ୟଜୀବି ଦୈନଦିନ ଜୀବନଜୀବିକା ପାଇଁ ନିର୍ଭରଶିଳ। ତେଣୁ ଉକ୍ତ ସମସ୍ୟା କୁ ନୂତନ ସରକାର ଙ୍କ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ ବୋଲି ଗ୍ରାମବାସୀ ଙ୍କ ନିବେଦନ। ଉକ୍ତ ସଭାରେ ସମ୍ପାଦକ ମୋଡ଼ୁ ଦିଲ୍ଲୀପ, ଲୋକପ୍ରତିନିଧି ବି ଭୀମସେନ, ସଭାପତି ଏଲ ଆରିଆ, ଲୋକପ୍ରତିନିଧି ଏନ ଦୀନବନ୍ଧୁ, କେ ଦାସରଥୀ, ଗ୍ରାମଭଦ୍ରଲୋକ ଏନ ଶ୍ୟାମ, ଜେ ଚେନେୟା ପ୍ରମୁଖ ସମ୍ମିଳନୀ ରେ ଉପସ୍ଥିତ ଥିଲେ।