
♦
ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ଦେବଶୋଳ ପଞ୍ଚାୟତ ସ୍ଥିତ ଦେବଶୋଳ ଜାଗର ମେଳା ପଡ଼ିଆରେ ଅନୁଷ୍ଠିତ ହେଉଥିବା ଯତ୍ରପlର୍ଟୀ ଟିକେଟ କାଉଣ୍ଟର ରେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି କରାଯାଉ ଥିବାରୁ ଏଥିରେ ସାଧାରଣ ଲୋକେ ଶୋଷଣ ର ଶିକାର ହେଉଥିବା ଅଭିଯୋଗ ହେlଇଛି l ଏହି ଜାଗର ମେଳା ୨୬ ତାରିଖ ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଜାଗର ମେଳା ଅନୁଷ୍ଠତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମେଳା ରେ ୩ ତାରିଖ ରୁ ୯ ତାରିଖ ପର୍ଯ୍ୟନ୍ତ କିଛି ବେବସାଇ ଦୁଇଟି ଓଡ଼ିଆ ଯାତ୍ରା ପାର୍ଟି ଓ ତିନୋଟି ଆଦିବାସୀ ଯାତ୍ରା ପାର୍ଟି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରଖିଛନ୍ତି l ଏ ନେଇ ଦୀର୍ଘ ପନ୍ଦର ଦିନ ପୂର୍ବରୁ ଯାତ୍ରା ପାର୍ଟି ପୋକାଊ ଥିବା କମିଟି ମେମ୍ବର ମାନେ ଦୀର୍ଘ ପନ୍ଦର ଦିନ ପୂର୍ବରୁ ତହସିଲ,ଥାନା,ଅଗ୍ନିଶମ ବିଭାଗ ଓ ଉପଜିଲ୍ଲାପାଲ କାର୍ଯ୍ୟାଳୟ ରେ ଅନୁମତି ପାଇଁ ଆବେଦନ କରିଥାନ୍ତି l ଅନୁମତି ପାଇଲା ପରେ ଯାତ୍ରା ପାର୍ଟି ମେଳା ପଡିଆ ରେ ଅନୁଷ୍ଠିତ ହୋଇଥାଏ l ଏହି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବା ବେଳେ ରାସଗୋବିନ୍ଦପୁର ବ୍ଲକ ରେ ମଧ୍ୟ ଶତ ପ୍ରତିଶତ
ଆଦିବାସୀ ଓ ଗରିବ ଶ୍ରେଣୀର ଲୋକ ବସବାସ କରିଥାନ୍ତି l ଏ ଭଳି କ୍ଷେତ୍ରରେ ବେବସାୟୀ ମାନଙ୍କ ଉଦ୍ଦେଶ୍ୟରେ ଯାତ୍ରା ପାର୍ଟି କମିଟି ମାନେ ଲୋକଙ୍କ ଆର୍ଥିକ ପରିସ୍ଥିତି କୁ ଧ୍ୟାନ ନଦେଇ ନିଜର ଅଧିକ ଲାଭୋ ଉଦ୍ଦେଶ୍ୟ ରଖି ଚଢା ଦରରେ ଯାତ୍ରା ଟିକଟ ବିକ୍ରୀ କରୁଥିବାରୁ ସାଧାରଣ ଆଦିବାସୀ ଲୋକେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି l ସୋମୋବlର ଏକ ଯାତ୍ରା କମିଟି ଦ୍ଵାରା ମେଳା ପଡ଼ିଆରେ ଦୁର୍ଗା ମନ୍ଦିର ନାମକ ଓଡ଼ିଆ ଯାତ୍ରା ଅଣାଯାଇ ତାର ଟିକଟ ତିନିଶହ,ଦୁଇଶହ ପଚାଶ,ଓ ଦୁଇଶହ ଟଙ୍କାରେ ଟିକଟ ବିକ୍ରୀ କରାଯାଇ ଅଛି କିନ୍ତୁ ଟିକଟ ଉପୋରେ କୌଣସି ମୂଲ୍ୟ ଲେଖାଯାଇନାହିଁ ଅଥଚ ମନ ଇଛା ଚଢା ଦରରେ ବିକ୍ରି କରlଜାଉଥିବାରୁ ଯାତ୍ରା ଦେଖିବାକୁ ଆସୁଥିବା ସାଧାରଣ ଆଦିବାସୀ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେବା ସହ ଶୋଷଣ ରେ ଶିକାର ହେଉଥିବା ଅଭିଯୋଗ ହୋଇଛି l ଏ ନେଇ ଯାତ୍ରା ପାର୍ଟି ପରିଚାଳନା କରିବା ପାଇଁ ଅନୁମତି ପ୍ରଦାନ କରିଥିବା ବିଭାଗୀୟ ଥାନା ଅଧିକାରୀ ଓ ତହସିଲଦାର ଙ୍କୁ ଟିକେଟ ର ମୂଲ୍ୟ ବାବଦରେ ପୋଚlରିବାରୁ ସେମାନେ ଅନୁମତି ପତ୍ରରେ ଟିକେଟ ର ମୂଲ୍ୟ ଧାର୍ଯ୍ୟ କରାଯାଇନଥିବା ପ୍ରକାଶ କରିବାସହ ଉକ୍ତ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲପାଳ
ଙ୍କ ପlଖୋକୁ ଯାଓ ବୋଲି ପ୍ରକାଶ କରିଥିଲେ l ହେଲେ ସେମାନେ କିଛି ସମାଧାନ କରିପାରିନଥିଲେ ଉକ୍ତ ସମସ୍ୟା ରେ ସାଧାରଣ ଗରିବ ଆଦିବାସୀ ଲୋକ ଚଢା ଦରରେ ଟିକେଟ କିଣି ଶୋଷଣ ର ଶିକାର ହେଉଥିବା ଘଟଣା କୁ ଉଚ୍ଚସ୍ତରୀୟ ଅଧିକାରୀ ଦୃଷ୍ଟି ଦେବାକୁ ନେଇ ସାଧାରଣରେ ଦାବୀ ଜୋର୍ ଧରିଛି l ନଚେତ୍ ଉକ୍ତ ଘଟଣାକୁ ନେଇ ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇ ଅନ୍ଦଲୋନ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ l
ମୟୂରଭଞ୍ଜ ରାସଗୋବିନ୍ଦପୁର ରୁ ରାକେଶ ସାହୁ ଙ୍କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ୍