
- ବାଲେଶ୍ୱର……. ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ଓଡିଶା ଢାବା ସାମ୍ନା ରୁ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାପାଳ ମୟୂର ବିକାଶ ଙ୍କ ଆଦେଶ ରେ ଖଣି ବିଭାଗ, ସୋର ଅତିରିକ୍ତ ତହସିଲଦାର ଏବଂ ସୋର ପୋଲିସ୍ ର ମିଳିତ ସହଯୋଗରେ ଅଚାନକ୍ ଜାତୀୟ ରାଜପଥ ରେ ଚେକିଂ କରି ୧୯ ଟି ଚୋରା ବାଲି ଡମ୍ଫର କୁ ଜବତ୍ କରିବା ସହ ,ଗାଡି ଗୋଡିକ ସୋର ଥାନା କୁ ଆଣି ଫାଇନ୍ ପକାଇଛି। ଖବର ରୁ ପ୍ରକାଶ ଭଦ୍ରକ ର ସାଳନ୍ଦୀ ଓ ଯାଜପୁର ର କୁଆଖିଆ ନଦୀ ରୁ ଗାଡି ଗୁଡିକ ବାଲି ଆଣି ବାଲେଶ୍ଵର ଅଭିମୁଖେ ଆସୁଥିଲେ, କୌଣସି ଶୁତ୍ର ରୁ ଖବର ପାଇ ଅଚାନକ୍ ଗାଡି ଗୁଡିକ ଉପରେ ମାଡି ବସିଥିଲା ସୋର ପୋଲିସ୍। ପୋଲିସ କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଡ୍ରାଇଭର ମାନେ ଏବଂ ରାତି ସାରା ଗାଡି ଗୁଡିକୁ ପୋଲିସ ମାନେ ଜଗିବସିଥିଲେ। ସକାଳ ହେଲାପରେ ଅନ୍ୟ ଡ୍ରାଇଭର ମାନଙ୍କ ସହଯୋଗ ରେ ଗାଡି ଗୁଡିକ ସୋର। ଥାନା କୁ ଅଣାଯାଇ ଫାଇନ୍ ପରେ ଗାଡି ଗୁଡିକ ଛଡାଯିବ ବୋଲି ସୂଚନା ମିଳିଛି।