
ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ ଅବସର ପ୍ରାପ୍ତ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ଏକ ଆଲୋଚନା ପର୍ବ ଓ କବିତା ଆସର ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଦିବା ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ତନ୍ମୟ କୁମାର ଦରୱାନ , ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି, ସମ୍ମାନିତ ଅତିଥି ରୂପେ ସୁଶ୍ରୀ ମମତା ଦାସ, ସହ -ଜିଲ୍ଲାପାଳ Dr. ବନମାଳୀ ମେହର , ସହ -ଜିଲ୍ଲାପାଳ Dr. ଅଜୟ ମିଶ୍ର,ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଶ୍ରୀ ସମୀର କୁମାର ମହାପାତ୍ର ଯୋଗ ଦେଇଥିଲେ । ଶ୍ରୀ ଶରତ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଅଧ୍ୟାପକ ଚନ୍ଦ୍ର ଶେଖର ଆଚରୀ , ଶ୍ରୀ ମଳୟ ମୁଣ୍ଡ , ସଜେନ୍ଦ୍ର କୁମାର ସାହୁ , ମହମ୍ମଦ ବୁରହାନ , ପ୍ରମୁଖ ଉପସ୍ଥିତ ଥିଲେ । ବକ୍ତାମାନେ ନାରୀର ଭୂମିକା ସମ୍ପର୍କରେ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ସହିତ ସେମାନଙ୍କ ର ଦକ୍ଷତା ବିଷୟରେ ଆଲୋକପାତ କରିଥିଲେ । ଅତିଥି ମାନେ କବି ଓ କବିୟତ୍ରି ମାନଙ୍କ ଦ୍ଵାରା ସ୍ୱ -ରଚିତ କବିତା ଶୁଣି ଆନନ୍ଦିତ ହୋଇଥିଲେ । କବିତା ଆସର ର ଅନ୍ୟ ପର୍ଯ୍ୟାୟରେ ସୁଶ୍ରୀ ସବିତା ପଟ୍ଟନାୟକ ମହିଳା ବିଭାଗ ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ରୂପେ ଶ୍ରୀମତୀ ମଞ୍ଜୁ ମେଧା ଗୁରୁ , ଶ୍ରୀମତୀ କଳ୍ପନା ରଥ ତଥା ଶ୍ରୀ ବିରଞ୍ଚି ନାରାୟଣ ମୁଣ୍ଡ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ କବି କବିୟତ୍ରୀ ମାନଙ୍କୁ ନିଜ ଅଭିଭାଷଣ ରେ ଉତ୍ସାହିତ କରିଥିଲେ । ” ଶ୍ରେଷ୍ଠ କବୀୟତ୍ରି ଓ ସେବା ଶ୍ରୀ ସମ୍ମାନ -୨୦୨୫ ” ରେ ସୁଶ୍ରୀ ସଂଘମିତ୍ରା କାନୁନଗୋ ଙ୍କୁ ସମ୍ମାନିତ କରାଯାଇଥିଲା । କବି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀ କାର୍ତ୍ତିକେ ଶ୍ଵର ନନ୍ଦ , ସାମ୍ବାଦିକ ଜନ୍ମେଜୟ ନାୟକ , ଶିକ୍ଷାବିତ୍ କୁଞ୍ଜ ବିହାରୀ ପଟେଲ , ସହ ଆହୁରି ଅନେକ କବି ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସମୀର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଶ୍ରୀ ରୂପ କେଶରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।