ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଗଣଦୌଡ
ବସ୍ତା…
ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପୁଲିସ ପ୍ରଶାସନ ପକ୍ଷରୁ ଆଜି ରୂପସା ରେ ଗଣ ଦୌଡ଼ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏସଡିପିଓ ମାନସ କୁମାର ଦେଓ ଏବଂ ରୂପସା ଥାନା ଅଧିକାରୀଣୀ ମୌସୁମୀ ମହାନ୍ତି ଙ୍କ ନେତୃତ୍ୱ ରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗଣଦୌଡ ରୂପସା ଥାନା ରୁ ବାହାରି କସିପଦା ଶିବ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏଥିରେ ରୂପସା ଥାନା ର ସମସ୍ତ ଅଧିକାରୀ ଓ ନୀଳମଣି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ। ନିକଟ ସୁଲୋଚନା ନୋଡାଲ ୟୁ ଜି ଏମି ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଚିତ୍ରାଙ୍କନ ରେ ପ୍ରଥମ ରାଜଶ୍ରି ବେହେରା (୬), ଦ୍ୱିତୀୟ ଅଭିଷେକ ସିଂ(୬) , ତୃତୀୟ କୌଶଲ୍ୟ ବେହେରା (୭) ହୋଇଥିବା ବେଳେ ସେମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏଥିରେ ଥାନା ଅଧିକାରୀ ମୌସୁମୀ ମହାନ୍ତି, ଏ ଏସ ଆଇ ବବି ମିଶ୍ର, ସ୍କୁଲ ର ସମସ୍ତ ଶିକ୍ଷକ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
