“ଶିକ୍ଷକତା ଏକ ବୃତ୍ତି” ଉପରେ ଆଲୋଚନା ଚକ୍ର
———————————————
ବାରିପଦା – ତା :- ୩୦/୧୦/୨୦୨୫ ରିଖ ସ୍ଥାନୀୟ ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପରିସରରେ “ଶିକ୍ଷକତା ଏକ ବୃତ୍ତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନା ଚକ୍ରରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ ଅଂଶଗ୍ରହଣ କରିଥିଲେ I ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ର ପୂର୍ବତନ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟକ୍ଷ ପ୍ରଫେସର ହରିହର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ ଶିକ୍ଷକତା ବୃତ୍ତିର ମୂଳ ଆଦର୍ଶ, ନୈତିକ ମୂଲ୍ୟବୋଧ ଏବଂ ଏକବିଂଶ ଶତାବ୍ଦୀରେ ଜଣେ ଶିକ୍ଷକର ଭୂମିକା ଉପରେ ଆଲୋକପତ କରିଥିଲେ I ଆଗାମୀ ପୀଢ଼ିର ଶିକ୍ଷକ ମାନଙ୍କୁ ନିଜର ବୃତ୍ତିକୁ କେବଳ ଜୀବିକା ଭାବରେ ଗ୍ରହଣ ନକରି ଏକ ମହାନ ଆଜୀବନ ଅଭିଯାନ ଭାବେ ଗ୍ରହଣ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ I ଏହି ଶୈକ୍ଷିକ ଆଲୋଚନାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଡ଼. ଚକ୍ରଧର ନାୟକ ଯୋଗଦେଇ ନିରନ୍ତର ଶିକ୍ଷା ପ୍ରତି ଶିକ୍ଷକ ମାନେ ଗୁରୁତ୍ୱ ଦେବା ଉପରେ ଆଲୋଚନା କରିଥିଲେ I
