ଝାଡପୋଖରିଆ – ଶଙ୍ଖା ଭଙ୍ଗା ଭାଯୟା- ସାରସକଣା ବ୍ଲକ ରାସ୍ତା ପୁନଃ ନିର୍ମାଣ ପାଇଁ ସିପିଆଇ ର ଜିଲ୍ଲପାଳଙ୍କୁ ଦାବୀପତ୍ର******
ଝାରପୋଖରୀଆ: :(ନିପ୍ର) ଝାଡପୋଖରିଆରୁ ଶଙ୍ଖା ଭଙ୍ଗା ପର୍ଯ୍ୟନ୍ତ ରାସ୍ତା ସାରସକଣା ବ୍ଲକ ଅଞ୍ଚଳ ବାସିନ୍ଦାଙ୍କ ଜୀବନ ନାଟିକା ଭଳି ଉପଯୋଗୀ। ମାତ୍ର ଏହି ରାସ୍ତା ବହୁ ବର୍ଷ ଧରି ଅଗମ୍ୟ ଅବସ୍ଥାରେ ପଡ଼ିଛି। ଏପରିକି ଏହି ରାସ୍ତା ସାଇକେଲ ଆରୋହୀ ଅଥବା ପଥଚାରୀ ମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ଯାତ୍ରାର ସୁଯୋଗ ନାହିଁ। ଏହା ଅବିଳମ୍ବେ ପୁନଃନିର୍ମାଣ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ମୟୁରଭଞ୍ଜ ଗ୍ରାମ୍ୟ ଉନ୍ନୟନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଠାରେ ଦାବିପତ୍ର ଉପସ୍ଥାପନ କରାଯାଇଥିବା ବେଳେ, ମୟୁରଭଞ୍ଜ ଜିଲ୍ଲାପାଳ ଓ ଝାଡପୋଖରୀଆ ଥାନା ଭାର ପ୍ରାପ୍ତ ନିରିକ୍ଷକ ଙ୍କୁ ଅବଗତ କରାଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସମ୍ପାଦକ ପରମେଶ୍ଵର ମହାନ୍ତ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ହୃଷିକେଶ ସାହୁ, ରୁପାଏ ମାଝୀ, ମହେଶ୍ଵର ବେହେରା, ପ୍ରତାପ ନାଏକ, ମେଘରାୟ ସୋରେନ, ଶତୃଘ୍ନ ନାଏକ ଓ ପଦ୍ମାବତୀ ନାଏକ ପ୍ରମୁଖ ଦାବିପତ୍ର ଉପସ୍ଥାପନ କରିଛନ୍ତି। ୧୫ ଦିନ ମଧ୍ୟରେ କାର୍ଯ୍ୟାରମ୍ଭ ନହେଲେ ୧୬ ନଭେମ୍ବର ଠାରୁ ଅନିର୍ଦ୍ଦିଷ୍ଟ କାଳ ରାସ୍ତା ଅବରୋଧ କରାଯିବ ବୋଲି ଦାବି ଉପସ୍ଥାପନ କରାଯାଇଛି।
