*ନୂଆପଡା ଉପ ନିର୍ବାଚନ ସରଗରମ ଥିବା ବେଳେ ବିଜେଡି ପକ୍ଷ ରୁ ଜିଲ୍ଲାପାଳ ଏବଂ ଏସ ପି ଙ୍କୁ ବଦଲି ଦାବୀ, ପକ୍ଷ ଭୁକ୍ତ ହୋଇ ଉପ ନିର୍ବାଚନ ଦାୟିତ୍ବ ନିର୍ବାହ କରୁଥିବା ଅଭିଯୋଗ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ ସରଗରମ ଥିବା ବେଳେ ବିଜେଡି ପକ୍ଷ ରୁ ଜିଲ୍ଲାପାଳ ଏବଂ ଏସ ପି ଙ୍କୁ ବଦଲି ଦାବୀ, ପକ୍ଷ ଭୁକ୍ତ ହୋଇ ଉପ ନିର୍ବାଚନ ଦାୟିତ୍ବ ନିର୍ବାହ କରୁଥିବା ଅଭିଯୋଗ କରିଛନ୍ତି। ଶତାଧିକ ବିଜୁ ଜନତା ଦଳ ଯୁବ କର୍ମୀ ମାନେ ସାମିଲ ହୋଇ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେଡି ଦଳୀୟ କର୍ମୀ ଙ୍କୁ ବିଜେପି ରେ ସାମିଲ କରିବା ସହ ଉପ ନିର୍ବାଚନ ପ୍ରଶାସନିକ କଳ କୁ ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଏହି ବିକ୍ଷୋଭ ରେ ଜିଲ୍ଲା ସଭାପତି ଅବନୀ ଯୋଷୀ, ଛାତ୍ର ସଂସଦ ସଭାପତି ଇପଶିତା ସାହୁ, ରାଜ୍ୟ ଯୁବ ବିଜେଡ଼ି ସଭାପତି ଚିନ୍ମୟ ସାହୁ ଯୋଗ ଦେଇଥିଲେ ।
