କୁଡେଇ ମହିଳା କଲେଜ ଜାତୀୟ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ
ସୋର, (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)- ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ କୁଡେଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସ୍ୱତନ୍ତ୍ର ସେବା ଶିବିର ଆଜି ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ କରୁଣାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ଦାଶ ମହାପାତ୍ର ଯୋଗଦେଇ ସେବାର ମହତ୍ତ୍ୱ ସମ୍ପର୍କରେ ସ୍ୱେଚ୍ଛାସେବୀ ମାନଙ୍କୁ ଅବଗତ କରାଇଥିଲେ । ଏହି ସାତ ଦିନିଆ ଶିବିରରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ନବକିଶୋର ଦାସ, ଜିଲ୍ଲାପରିଷଦ ସଦସ୍ୟ ଜୟନ୍ତ କୁମାର ସ୍ୱାଇଁ, ଇତିଶ୍ରୀ ଦାଶ, ବିଦ୍ୟାନ୍ତୀ ନାୟକ, ବିଶ୍ୱ ମୋହନ ଜେନା, ହୃଷୀକେଶ ପଣ୍ଡା ସମ୍ମାନ୍ନିତ ଅତିଥି ଭାବରେ ଯୋଗଦେଇ ଜାତୀୟସେବା ଯୋଜନାର ଲକ୍ଷ୍ୟ ଓ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀନୀମାନେ କାର୍ଯ୍ୟନିର୍ଘଣ୍ଟ ଅଧିକାରିଣୀ ଜ୍ୟୋତ୍ସ୍ନାରାଣୀ ପାତ୍ରଙ୍କ ତତ୍ତ୍ୱାବଧାନରେ ପୌଷ୍ୟଗ୍ରାମ ଦଳସିଂପାଟନାକୁ ଯାଇ ବୃକ୍ଷରୋପଣ, ନିଶା ନିବାରଣ, ପରିବେଶ ସୁରକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ଓ ବିଭିନ୍ନ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ । ଏହି ଶିବିରରେ ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
