*ନୂଆପଡା ଜିଲ୍ଲା ବିଜେପି ଦାଳୀୟ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ, ରାଜ୍ୟ ସଭାପତି ଓ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ସମ୍ମୁଖରେ ବହୁ କର୍ମୀ ଯୋଗଦାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ବିଜେପି ଦାଳୀୟ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ, ରାଜ୍ୟ ସଭାପତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ସମ୍ମୁଖରେ ବହୁ କର୍ମୀ ଯୋଗଦାନ କରିଛନ୍ତି । ଦଳର ଯୋଗଦାନ ନିଶ୍ଚିତ ରୂପେ ସଙ୍ଗଠନ ମଜଭୁତ ହେବା ସହ ଆଗାମୀ ଦିନରେ କାର୍ଯ୍ୟକର୍ତ୍ତା ତୃଣମୂଳ ସ୍ତରରେ ସାମିଲ ହୋଇ ଦଳ ପାଇଁ କାର୍ଯ୍ୟ କରିବେ। ଦେଶର ୨୦ ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିଥିବା ବେଳେ କେନ୍ଦ୍ର ରେ ସରକାର ଅଛି। ନୂଆପଡ଼ା ଏନ୍ ଏ ସି ଓ ନୂଆପଡ଼ା ବିଧାନସଭା ଶକ୍ତି ବୃଦ୍ଧି ହେବ। ଭାଇ ମାନେ ସାମିଲ ହେବା ଦ୍ବାରା ବିଜେପି ମଜଭୁତ ହେବା ସହ ବିଜେଡି ମହିଳା ସଭାନେତ୍ରୀ ସାମିଲ ହେବା ଦ୍ବାରା ଦଳ ନୂଆପଡ଼ା ଉପ ନିର୍ବାଚନ ରେ ସଫଳତା ହେବ। ୧୦୦% ବିଜୟ ହେବ ବୋଲି ମତବ୍ୟକ୍ତ କରିଥିଲେ।
