*ନୂଆପଡା ଉପ ନିର୍ବାଚନ, ସୁନାବେଡ଼ା ଅଭୟାରଣ୍ୟ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ନିର୍ବାଚନ ପ୍ରଚାର, ମାଁ ସୁନାଦେଇ ଙ୍କ ଦର୍ଶନ କରି ଆଦିମ ଜନଜାତି ଙ୍କ ଗହଣ ରେ ପ୍ରଚାର କଲେ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ, ସୁନାବେଡ଼ା ଅଭୟାରଣ୍ୟ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନିର୍ବାଚନ ପ୍ରଚାର, ସୁନାଦେଇ ମାଁ ଙ୍କ ଦର୍ଶନ କରି ଆଦିମ ଜନଜାତିଙ୍କ ଗହଣ ପ୍ରଚାର କରିଛନ୍ତି। ସୁନାବେଡ଼ା କୁ ଶୁଦ୍ଧ ପାନୀୟ ଜଳ, ଓସାରିଆ ସଡ଼କ ନିର୍ମାଣ ସ୍ବାସ୍ଥ୍ୟ ଶିକ୍ଷା ବ୍ୟବସ୍ଥା ପାଇଁ ଅଭୟାରଣ୍ୟବାସୀ ଦାବୀ କରିଛନ୍ତି। ସେହିପରି ନିର୍ବାଚନ ପ୍ରଚାର ବେଳେ ଆଦିମ ଜନଜାତି ଚାକୋଟିଆ ଭୂଞ୍ଜିଆ ମହିଳା ମାନେ ଉତ୍ସାହ ସହ ଯୋଗ ଦେଇଥିଲେ। ନବୀନ ସରକାର ବେଳେ ସୁନାବେଡ଼ା ର ବିକାଶ ହୋଇଅଛି। ନବୀନ କୁ ଭଲ ପାଇବା,ସମର୍ଥନ ଦେବା ,ବିଜେଡିକୁ ଭୋଟ ଦେବା ସୁନିଶ୍ଚିତ କରୁଛି ବୋଲି ମତବ୍ୟକ୍ତ କରିଥିଲେ। ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। କାରଣ ଯିଏ ବିକାଶ କରିଛି ତାଙ୍କୁ ସେମାନେ ସ୍ବୀକାର କରି ବିଜେଡିକୁ ସମର୍ଥନ ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି।
