ଲୋକଙ୍କ ମୌଳିକ ସୁବିଧା ପାଇଁ ଏକ୍ସନ ମୋଡରେ ରେମୁଣା ବିଧାୟକ !
ରେମୁଣା ବିଧାୟକ ତଥା ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ନିଜ ନିର୍ବାଚନ ମଣ୍ଡଳୀ ରେମୁଣାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମୌଳିକ ସମସ୍ୟା ଦୂରୀକରଣ କ୍ଷେତ୍ରରେ ଗୁରୁତ୍ବ ଦେଇ ଏକ୍ସନ ମୋଡରେ ଥିବା ଲକ୍ଷ୍ୟ କରାଯାଉଛି। ଗତ କିଛିଦିନ ଭିତରେ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଥିବା ଲକ୍ଷ୍ୟ କରାଯାଉଥିବା ବେଳେ, ନୂଆସାହି ଛକ ଜଳ ନିଷ୍କାସନ ସମସ୍ୟା,ରେମୁଣାରେ ଇଣ୍ଡୋର ଷ୍ଟାଡିୟମ, ପାନୀୟ ଜଳ ପ୍ରକଳ୍ପ ଉପରେ ବି ଖୁବ ଗୁରୁତ୍ବ ଦେଉଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଯାହା ଶୁଣିବାକୁ ମିଳୁଛି ବିଧାୟକ ଶ୍ରୀ ଦାସ ବେଶ ଏକ୍ସନ ମୋଡରେ ଥିବା ବେଳେ, ଆଗକୁ ବି କୋଟି କୋଟି ଟଙ୍କାର ରାସ୍ତାଘାଟ ପ୍ରକଳ୍ପ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
