*ନୂଆପଡ଼ା ସଦର ମହକୁମା ଠାରେ ଆଜି ଛଟ ପୂଜା ଉଦ୍ୟପନ୍, ଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ, ମହିଳା ମାନେ ୪ ଦିନ ଉପବାସ ରେ ଉଦୟ ଏବଂ ଅସ୍ତ ସୂର୍ଯ୍ୟଙ୍କୁ ପୂଜା କରନ୍ତି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ସଦର ମହକୁମା ଠାରେ ଆଜି ଛଟ ପୂଜା ଉଦ୍ୟପନ୍, ଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି ପୂଜା ରେ ମହିଳା ମାନେ ୪ ଦିନ ଉପବାସ ରହି ପୂଜା କରିଥାନ୍ତି। ଉଦୟ ଏବଂ ଅସ୍ତ ସୂର୍ଯ୍ୟଙ୍କୁ ପୂଜା କରନ୍ତି। ଏହି ପର୍ବ ବିଶେଷ କରି ବିହାର ରାଜ୍ୟ ରେ ପାଳିତ ହୋଇଥାଏ। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧାରା ପୃଷ୍ଠ ରେ ପଡ଼ି ନୂତନ ଆଶା ଉଦ୍ଦିପନ୍ନ ନେଇ ଆସିଥାଏ। ତେଣୁ ଛଟ ପୂଜାରେ ଷଠି ଦେବୀ ଙ୍କ ସହ ସୂର୍ଯ୍ୟ ଦେବ ଙ୍କୁ ଉପାସନା କରିଥାନ୍ତି। ଏହାର ଉପାସନା ଦ୍ବାରା ମନୁଷ୍ୟ ଜୀବନରେ ସୁଖ, ସମୃଦ୍ଧି ଏବଂ ଅନ୍ତାନ ପ୍ରାପ୍ତି ହୋଇ କୁଶଳ ମଙ୍ଗଳ କାମନା କରିଥାନ୍ତି। ବ୍ରହ୍ମା ଙ୍କ ମାନସ କନ୍ୟା ଷଠି ଦେବୀ ଙ୍କୁ ନବଜାତ ସନ୍ତାନ ର ସୁରକ୍ଷା ଦାୟିତ୍ବ ନିର୍ବାହ କରିଥିଲେ। ଷଠି ଦେବୀ ସୂର୍ଯ୍ୟ ଦେବ ଙ୍କ ଭଉଣୀ ହୋଇଥିବା ରୁ ଉଭୟ ସମ୍ପର୍କ ଅତି ନିବିଡ ଅଟେ। ଦୁଇ ଜଣଙ୍କୁ ପୂଜା କରି ମନୁଷ୍ୟ ନିଜ ଜୀବନ ରେ ସୁଖ ସମୃଦ୍ଧି ପ୍ରାପ୍ତ କରିଥାଏ। ଏହାର ସ୍ମୃତି ରେ ଆଜି ବି ପାଳିତ ହେଉଅଛି ଷଠ ପର୍ବ।
