ତିନୋଟି ବେଆଇନ ଡମ୍ପର ଜବତ।
ସୋର: ନିପ୍ର:: ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ତିନୋଟି ପଥର ବୋଝେଇ ଢମ୍ଫରକୁ ଜବତ କରାଯାଇଛି। ସୁଚନା ଅନୁସାରେ ଆଜି ସନ୍ଧ୍ୟାରେ ବାଗୁଡି ପଥର ଖାଦାନରୁ ପଥର ଚାଳାଣ ହେଉଥିବାର ଖବର ପାଇ ସୋର ତହସିଲଦାର ଦୈତାରୀ ମଲ୍ଲିକ ଓ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ବାଗୁଡ଼ି ରେ ଚଢ଼ାଉ କରିଥିଲେ। ଏହି ସମୟରେ ଅନେକ ଗାଡି ରାସ୍ତା ବଦଳାଇ ଫେରାର ହୋଇଯାଇଥିବା ବେଳେ ଓଡି ୦୧ ଜେ ୬୧୬୧,ଓଡି ୦୧ ଏଏସ ୨୯୨୪ ଓ ଓଡି ୧୮ ବି ୩୮୦୦ ନମ୍ବର ବିଶିଷ୍ଟ ତିନୋଟି ଗାଡିକୁ ଜବତ କରିଥିଲେ। ଜବତ ଗାଡିକୁ ସୋର ଥାନାରେ ଜିମା ଦେବା ସହିତ ଗାଡିରୁ ଫାଇନ ଆଦାୟ ପରେ ଛଡାଯିବ ବୋଲି ଖଣି ବିଭାଗରୁ ସୁଚନା ମିଳିଛି।
